Site icon Odisha.com

ତିନି ଜଣଙ୍କୁ ମାଓବାଦୀଙ୍କ ହତ୍ୟା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଡ଼ିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ମାଓବାଦୀ ମାନେ ଗୁରୁବାର ତିନି ଜଣଙ୍କୁ ହତ୍ୟା କରିଥିବା ପୋଲିସ କହିଛି ।

ପ୍ରାୟ ୩୦/୪୦ ଜଣ ମାଓବାଦୀ ରାଉରକେଲା ନିକଟସ୍ଥ ଲଙ୍ଗଳକଟା ଗ୍ରାମର ହେଙ୍କୋ ସିଂ ଓ ବିସ୍ରା ସିଂଙ୍କୁ ଘରୁ ଡ଼ାକିନେଇ ଝାଡ଼ଖଣ୍ଡ ସୀମାର ଏକ ଜଙ୍ଗଲରେ ହତ୍ୟା କରିଛନ୍ତି ବୋଲି ଜିଲ୍ଲା ପୋଲିସ ମୁଖ୍ୟ ଦୀପ୍ତେଶ ପଟ୍ଟନାୟକ କହିଛନ୍ତି ।

ପୋଲିସକୁ ସହଯୋଗ କରୁଥିବାରୁ ଏମାନଙ୍କୁ ହତ୍ୟା କରାଯାଇଛି ବୋଲି ସେମାନେ ଘଟଣାସ୍ଥଳରେ ଛାଡ଼ିଯାଇଥିବା ପ୍ରଚାରପତ୍ରରେ ଉଲ୍ଲେଖ କରାଯାଇଛି । ଗତ ତିନି ଦିନ ତଳେ ମାଓବାଦୀମାନେ ପୋଲିସ ଇନଫର୍ମର ସନ୍ଦେହରେ ଏହି ଅଞ୍ଚଳରେ ତିନି ଜଣଙ୍କୁ ହତ୍ୟା କରିଥିଲେ ।

ସେହିପରି କୋରାପୁଟ ଜିଲ୍ଲା ନାରାୟଣପାଟଣା ଅନ୍ତର୍ଗତ ଓଡ଼ିଆପେଣ୍ଠ ଗ୍ରାମର ସମ୍ବାରୁ ହୁଇକା ନାମକ ବ୍ୟକ୍ତିଙ୍କୁ ମାଓବାଦୀମାନେ ଘରୁ ଡ଼ାକିନେଇ ହତ୍ୟା କରିଛନ୍ତି । ପିଏଲ୍ଜିଏ ସପ୍ତାହ ପାଳନର ଶେଷ ଦିନରେ ମାଓବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version