Site icon Odisha.com

ବାରାଣସୀ ବିସ୍ଫୋରଣ ପରେ ଶ୍ରୀମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଡ଼ିସେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) ଉତ୍ତରପ୍ରଦେଶର ବାରାଣାସୀ ସ୍ଥିତ ଗଙ୍ଗାଘାଟ ଠାରେ ହୋଇଥିବା ବିସ୍ଫୋରଣ ପରେ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟ ଦଳଙ୍କ ଦ୍ୱାରା ମେଘନାଦ ପାଚେରୀର ବାହ୍ୟ ପାଶ୍ୱର୍ରେ ଥିବା ସନ୍ଦିଗ୍ଧ ସ୍ଥାନ ଗୁଡ଼ିକୁ ଯାଞ୍ଚ କରାଯାଇଛି । ଏହାବ୍ୟତୀତ ମନ୍ଦିର ପରିସରରେ ଥିବା ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ନିକଟରେ ମଧ୍ୟ ପୋଲିସ ଯାଞ୍ଚ କରିଛି ।

ଶ୍ରୀମନ୍ଦିରକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ମେଟାଲ ଡ଼ିଟେକ୍ଟର ସାହାଯ୍ୟରେ ଯାଞ୍ଚ କରାଯାଉଛି । ସହରର ଯେକୌଣସି ସ୍ଥାନରେ କିଛି ଜିନିଷ ପଡ଼ିଥିବା ଦେଖିଲେ ଏସମ୍ପର୍କରେ ତୁରନ୍ତ ନିକଟସ୍ଥ ପୋଲିସକୁ ଖବର ଦେବା ପାଇଁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

ମଙ୍ଗଳବାର ସଂଧ୍ୟାରେ ଗଙ୍ଗାଘାଟ ଠାରେ ହୋଇଥିବା ବିସ୍ଫୋରଣରେ ଜଣେ ଦୁଇ ବର୍ଷର ଶିଶୁ କନ୍ୟା ନିହତ ହୋଇଥିବା ବେଳେ ପ୍ରାୟ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version