ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ଗୁରୁବାର ବାରିପଦା ଗସ୍ତ ଖରାପ ପାଗ ଯୋଗୁଁ ବାତିଲ ହୋଇଯାଇଛି ।
ବାରିପଦାରେ ସେ ଆଧିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା । ଲଘୁଚାପ ଓ କୋହଲା ପାଗ ଯୋଗୁଁ ଏହି ଗସ୍ତ ବାତିଲ ହୋଇଛି ।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ସେ ଗତକାଲି ପ୍ରଥମେ କଟକରେ ଓ ପରେ ବ୍ରହ୍ମପୁରରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଗୋପାଳପୁରରେ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ଶେଷ ମୁହୁର୍ତ୍ତରେ ସେ ସଡ଼କ ପଥରେ ଭୁବନେଶ୍ୱର ଫେରି ଆସିଥିଲେ ।
ସେହିପରି ଖରାପ ପାଗ ଯୋଗୁଁ ଗତକାଲି ମଧ୍ୟ ତାଙ୍କର ସମ୍ବଲପୁର ଗସ୍ତ ବାତିଲ ହୋଇଯାଇଥିଲା । ସେ ଆଜି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply