ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଡ଼ିସେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ୨୦୧୧ ବାର୍ଷିକ ମ୍ୟାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୨୨ରୁ ଆରମ୍ଭ ହେବ ବୋଲି ପରିଷ ପକ୍ଷରୁ କୁହାଯାଇଛି ।
ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ଵ କେନ୍ଦ୍ରରେ ଏହି ପରୀକ୍ଷା ହେବ । ଛାତ୍ରଛାତ୍ରୀମାନେ ପଢୁଥିବା ସ୍କୁଲ ନିକଟସ୍ଥ ହାଇସ୍କୁଲରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି ।
ସିବିଏସ୍ଇ ଢାଞ୍ଚାରେ ପରୀକ୍ଷା ପରିଚାଳନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରଥମ ଥର ପାଇଁ ପାସ ଛାତ୍ରଛାତ୍ରୀଙ୍କୁ ସାତ ଦିନ ମଧ୍ୟରେ ସାର୍ଟିଫିକେଟ ପ୍ରଦାନ କରାଯିବ ।
ଚଳିତ ମାସ ୨୨ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ ଓ କଟକ ସମେତ ପରିଷର ୪ଟି ଜୋନ୍ ଓ ୧୮ଟି ସର୍କଲରେ ଏହି ଫର୍ମ ବିକ୍ରି କରାଯିବ । ଏଥର ପ୍ରାୟ ଛଅ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply