Site icon Odisha.com

ଫେବୃୟାରୀ ୨୨ରୁ ମ୍ୟାଟ୍ରିକ ପରୀକ୍ଷା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଡ଼ିସେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ୨୦୧୧ ବାର୍ଷିକ ମ୍ୟାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୨୨ରୁ ଆରମ୍ଭ ହେବ ବୋଲି ପରିଷ ପକ୍ଷରୁ କୁହାଯାଇଛି ।

ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ଵ କେନ୍ଦ୍ରରେ ଏହି ପରୀକ୍ଷା ହେବ । ଛାତ୍ରଛାତ୍ରୀମାନେ ପଢୁଥିବା ସ୍କୁଲ ନିକଟସ୍ଥ ହାଇସ୍କୁଲରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସିବିଏସ୍ଇ ଢାଞ୍ଚାରେ ପରୀକ୍ଷା ପରିଚାଳନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରଥମ ଥର ପାଇଁ ପାସ ଛାତ୍ରଛାତ୍ରୀଙ୍କୁ ସାତ ଦିନ ମଧ୍ୟରେ ସାର୍ଟିଫିକେଟ ପ୍ରଦାନ କରାଯିବ ।

ଚଳିତ ମାସ ୨୨ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ ଓ କଟକ ସମେତ ପରିଷର ୪ଟି ଜୋନ୍ ଓ ୧୮ଟି ସର୍କଲରେ ଏହି ଫର୍ମ ବିକ୍ରି କରାଯିବ । ଏଥର ପ୍ରାୟ ଛଅ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version