Site icon Odisha.com

କ୍ଷତିପୂରଣ ଦ।ବୀରେ ଚାଷୀଙ୍କ ରାସ୍ତା ଅବରୋଧ

 

ଓଡ଼ିଶା ଡ଼ଟ୍ କମ୍ :ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହୋଇଯାଇଥିବାରୁ କ୍ଷତିପୂରଣ ଦାବୀରେ ଜଗତସିଂହପୁର ଜିଲ୍ଲାର ଚାଷୀମାନେ ଶୁକ୍ରବାର ରାସ୍ତା ଅବରୋଧ କରିଛନ୍ତି ।

ବିରିଡ଼ି ବ୍ଲକର ଶତାଧିକ ଚାଷୀ କନ୍ଦରପୁର-ମାଛଗାଁ ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଏହି ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ବର୍ଷା ଯୋଗୁଁ ଜିଲ୍ଲାର ହଜାର ହଜାର ଏକର ଧାନ ଚାଷ ଓ ପରିବା ଚାଷ ପ୍ରଭାବିତ ହୋଇଛି । ଯେଉଁ ଚାଷୀମାନେ ଧାନ କାଟି ଜମିରେ ରଖିଥିଲେ ସେଗୁଡ଼ିକ ବର୍ତ୍ତମାନ ବର୍ଷା ପାଣିରେ ବୁଡ଼ି ରହିଛି ।

ଏତେ ଗୁଡ଼ିଏ ଫସଲ ନଷ୍ଟ ହେବାସତ୍ତ୍ୱେ ସରକାର କୌଣସି ପକ୍ଷେପ ନେଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ବୋକୁ ସେମାନେ ଦ।ବି କରିଛନ୍ତି।

ଫସଲ ନଷ୍ଟ ହେବା ନେଇ ବ୍ୟସ୍ତ ହେବାର କାରଣ ନାହିଁ । କେବଳ ଦୁଇରୁ ତିନି ପ୍ରତିଶତ ଧାନ ଅମଳ କରାଯାଇଥିବାରୁ ବିଶେଷ କ୍ଷତି ହେବ ନାହିଁ ବୋଲି କୃଷି ବିଭାଗ ପକ୍ଷରୁ ଜଣାପଡ଼ିଛି । ତେବେ କ୍ଷୟକ୍ଷତିର ଆକଳନ କରିବା ପାଇଁକର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ଜିଲ୍ଲା କୃଷୀ ଅଧିକାରୀ ନୀଳମଣି ଦ।ସ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version