Site icon Odisha.com

ବେଆଇନ ଖଣି କାରବାର ଅଭିଯୋଗରେ ତିନି ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ବେଆଇନ ଖଣି କାରବାର ଅଭିଯୋଗରେ କେନ୍ଦୁଝର ଜିଲ୍ଲାରେ ରବିବାର ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ପୋଲିସ କହିଛି ।

ଏହି ଅଭିଯୋଗରେ ଗତ ଜାନୁୟାରୀ ମାସରୁ ମୋଟ୍ ୩୪୦ ଜଣଙ୍କୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଅଭିଯୁକ୍ତ ସାଜି ମେମ୍ବ୍ରମ୍, ରେଙ୍ଗଟା ହେସା ଓ ଅବୁଲ ୱାହିକୁ ବଡ଼ବିଲ ଅଞ୍ଚଳରୁ ଗିରଫ କରାଯାଇଛି । ଗତବର୍ଷ ଠାରୁ ଏମାନେ ପଡ଼ୋଶୀ ଝାଡ଼ଖଣ୍ଡକୁ ଖଣିଜ ପଦାର୍ଥ ଚୋରାରେ ଚାଲାଣ କରିଆସୁଥିଲେ ବୋଲି ଜିଲ୍ଲା ପୋଲିସ ମୁଖ୍ୟ ଆଶିଷ ସିଂହ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version