Site icon Odisha.com

ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ବହୁତ କ୍ଷତି: ମୁଖ୍ୟମନ୍ତ୍ରୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ବହୁତ କ୍ଷତି ହୋଇଛି ବୋଲି ରବିବାର କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଚାଷ କ୍ଷତିଗ୍ରସ୍ତ ଯୋଗୁଁ ବିଭିନ୍ନ ସ୍ଥାନରେ ଚାଷୀମାନେ ଆନ୍ଦୋଳନ କରିଥିବା ବେଳେ ସଂପୃକ୍ତ ଅଞ୍ଚଳର ପରିସ୍ଥିତି ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀ ଚାରୋଟି ଜିଲ୍ଲା ଗସ୍ତରେ ଯାଇଥିଲେ ।

ସେ ସକାଳୁ ଗଞ୍ଜାମ ଜିଲ୍ଲା ଗସ୍ତ କରି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ ।

ପରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, ସୋନପୁର ଜିଲ୍ଲାର ରାମପୁର ଓ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଗସ୍ତ ସମୟରେ କ୍ଷତିଗ୍ରସ୍ତ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କୁ ନଷ୍ଟ ହୋଇଯାଇଥିବା ଧାନ ଦେଖାଦେଇଥିଲେ ।

ଆସନ୍ତା ୧୫ ତାରିଖ ସୁଦ୍ଧା କ୍ଷୟକ୍ଷତିର ଆକଳନ କରାଯାଇ ପ୍ୟାକେଜ ଘୋଷଣା କରାଯିବ ବୋଲି ସେ କହିଛନ୍ତି । ରାଜସ୍ୱମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓ ମୁଖ୍ୟ ଶାସନ ବିଜୟ ପଟ୍ଟନାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସଂପୃକ୍ତ ଅଞ୍ଚଳ ଗସ୍ତରେ ଯାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version