Site icon Odisha.com

ଥାନା ଅଧିକାରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଧିକାରୀ ମନୋରଂଜନ ମିଶ୍ରଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ପୋଲିସ ମଙ୍ଗଳବାର କହିଛି ।

ମୁଖ୍ୟ ଅଭିଯୁକ୍ତ ସମୀର ପଣ୍ଡା ଓ ତାର ସହଯୋଗୀ ସୁଶାନ୍ତ ନାୟକକୁ ବ୍ରହ୍ମପୁର ରେଳଷ୍ଟେସନ ନିକଟରୁ ସୋମବାର ବିଳମ୍ବିତ ରାତିରେ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଅଫିସ କାମ ସାରି ଘରକୁ ଫେରୁଥିବା ବେଳେ ଗତ ୨୬ ତାରିଖ ରାତିରେ ଦୁର୍ବୃତ୍ତମାନେ ଶେରଗଡ଼ ନିକଟସ୍ଥ ତକର୍ଡ଼ା ଠାରେ ମିଶ୍ରଙ୍କୁ ଗୁଳିକରି ହତ୍ୟା କରିଥିଲେ ।

ଏହି ଘଟଣା ପରେ ପୋଲିସ ଅଭିଯୁକ୍ତଙ୍କ ସ୍କେଚ ଜାରି କରିଥିଲା । ଏସ୍ପିଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀଙ୍କୁ ନେଇ ତିନୋଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version