Site icon Odisha.com

ଏନ୍ଆର୍ଇଜିଏ ଅନିୟମିତତା:ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ଡ଼ିସେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏନ୍ଆର୍ଇଜିଏ)ରେ ବ୍ୟାପକ ଅନିୟମିତତା ନେଇ ସୁପ୍ରିମ କୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

ଏହି ଘଟଣାର କାହିଁକି ସିବିଆଇ ତଦନ୍ତ କରାଯିବ ନାହିଁ ବୋଲି କୋର୍ଟ ଦର୍ଶାଇବା ସହ ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଅତିରିକ୍ତ ସଚିବଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

ଏହି ଯୋଜନା ପାଇଁ ୨୦୦୬ରୁ ୨୦୧୦ ମଧ୍ୟ କେତେ ପାଣ୍ଠି ଆସିଛି ଏବଂ ଏହି ପାଣ୍ଠିର ବିନିଯୋଗ ପ୍ରମାଣ ପତ୍ର କେନ୍ଦ୍ର ସରକାରଙ୍କୁ ଦିଆଯାଇଛି କି ନାହିଁ ସେ ସଂପର୍କରେ ଜଣାଇବାକୁ କୁହାଯାଇଛି ।

ଓଡ଼ିଶାରେ ଏହି ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁକରାଯାଇଥିବା ଜନସ୍ୱାର୍ଥ ମାମଲାର ବିଚାର କରି ଅଦାଲତ ଏହି ନୋଟିସ୍ ଜାରି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version