Site icon Odisha.com

ଏନ୍ଡ଼ିଏ ସମାବେଶରେ ବିଜେଡ଼ି ଯୋଗ ଦେବ ନାହିଁ: ମୁଖ୍ୟମନ୍ତ୍ରୀ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ଏନ୍ଡ଼ିଏ ପକ୍ଷରୁ ନୂଆଦିଲ୍ଲୀ ଠାରେ ପ୍ରସ୍ତାବିତ ସମାବେଶରେ ବିଜେଡ଼ି ଯୋଗ ଦେବ ନାହିଁ ବୋଲି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଟୁଜି ସ୍ପେକ୍ଟ୍ରମ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୟୁପିଏ ସରକାର ସମୟରେ ହୋଇଥିବା ଦୁର୍ନୀତି ଉପରେ ଜନସଚେତନତା ସୃଷ୍ଟି କରିବା ପାଇଁ ଏନ୍ଡ଼ିଏ ପକ୍ଷରୁ ଏହି ସମାବେଶର ଆୟୋଜନ କରାଯାଇଛି ।

ସମାବେଶରେ ଅଣ କଂଗ୍ରେସ ଓ ଅଣ ବାମପନ୍ଥୀ ଦଳ ଗୁଡ଼ିକୁ ସାମିଲ ହେବା ପାଇଁ ଆମନ୍ତ୍ରଣ କରାଯାଇଛି । ଏନ୍ଡ଼ିଏ ଆବାହକ ଶର ଯାଦବ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି ସମାବେଶରେ ବିଜେଡ଼ିର ଯୋଗଦାନ ପାଇଁ ପ୍ରସ୍ତାବ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version