Site icon Odisha.com

କୋରାପୁଟ: ଦୁର୍ଘଟଣାରେ ତିନି ପୋଲିସ କର୍ମଚାରୀଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ, ଡ଼ିସେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲାର ଏକ ସ୍ଥାନରେ ସଡ଼କ ଦୁର୍ଘଟଣାରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ପୋଲିସ ଗୁରୁବାର କହିଛି ।

ଏହି ହୋମଗାର୍ଡ଼ମାନେ ମଟର ସାଇକେଲରେ ଗତକାଲି ରାତିରେ ସିପାଇପୁଟରୁ ଶେମିଳିଗୁଡ଼ା ଯାଉଥିବା ବେଳେ ମଟର ସାଇକେଲଟି ଏକ କାନ୍ଥରେ ବାଡ଼େଇ ହୋଇ ଓଲଟି ପଡ଼ିଥିଲା ।

ମୃତକମାନେ ହେଲେ ଚନ୍ଦ୍ର ଖେମୁଣ୍ଡି, ରାମଚନ୍ଦ୍ର ଜାନି ଓ ସନ୍ୟାସୀ ଗୁଟନ ଓ ଏମାନେ ନିକଟସ୍ଥ ରୋଷେଇପୁଟ ଗ୍ରାମର ।

ଓଡ଼ିଶା ଡ଼ଟ୍ କମ୍

Exit mobile version