Site icon Odisha.com

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଆଠ ଶ୍ରମିକ ଆହତ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପ ସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେଶନରେ ଦୁଇ ଗୋଷ୍ଠୀ ମଧ୍ୟରେ ବୁଧବାର ସଂଘର୍ଷ ଘଟି ଆଠଜଣ ଶ୍ରମିକ ଆହତ ହୋଇଛନ୍ତି ।

ତୈଳ ବିଶୋଧନାଗାର ପ୍ରକଳ୍ପ ନିର୍ମାଣ ପାଇଁ ଆସିଥିବା ସାମଗ୍ରୀ ଅନ୍ଲୋଡ଼ କରିବାକୁ ପ୍ରାୟ ୨୦ ଜଣ ଶ୍ରମିକ କର୍ପୋରେଶନର ଦକ୍ଷିଣ ଫାଟକରେ ଅପେକ୍ଷା କରିଥିବା ବେଳେ କେତେକ ଦୁର୍ବୃତ୍ତ ସେଠାରେ ପହଞ୍ଚି ଉକ୍ତ କାମ ନକରିବାକୁ କହିଥିଲେ । ଏହାକୁ ନେଇ ସଂଘର୍ଷର ସୂତ୍ରପାତ ହୋଇଥିଲା ।

ଶ୍ରମିକ ମାନେ ଇଷ୍ଟର୍ଣ୍ଣ ଇଣ୍ଡିଆ ଅଏଲ ରିଫାଇନାରୀ ୱାର୍କସ୍ ୟୁନିଅନର ସଦସ୍ୟ ହୋଇଥିବା ବେଳେ ଅନ୍ୟ ଲୋକମାନେ ମାଁ ବୈଦେହୀ ଅଏଲ ରିଫାଇନାରୀ ୟୁନିୟନର ସଦସ୍ୟ । ମାଲ ପରିବହନ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା ।

କମ୍ପାନୀ ପକ୍ଷରୁ ଅନୁମତି ପାଇବା ପରେ ୟୁନିୟନର ୨୦ ଜଣ ଶ୍ରମିକ ଏହି କାମ କରିବାକୁ ଆସିଥିଲେ ବୋଲି ଇଷ୍ଟର୍ଣ୍ଣ ଇଣ୍ଡିଆ ଅଏଲ ରିଫାଇନାରୀ ୱାର୍କସ୍ ୟୁନିଅନର ସଭାପତି କହିଛନ୍ତି ।

ଆହତ ଶ୍ରମିକ ମାନଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏ ସଂପର୍କରେ କୌଣସି ଗୋଷ୍ଠୀ ଠାରୁ ଅଭିଯୋଗ ମିଳିନଥିବା ପାରାଦ୍ଵୀପ ଥାନା ଅଧିକାରୀ ଅନୀଲ ମିଶ୍ର କହିଛନ୍ତି । ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି,ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version