Site icon Odisha.com

ପାଞ୍ଚ ମାଓବାଦୀ ଗିରଫ, ବିସ୍ଫୋରକ ଜବତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡ଼ା, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲାରୁ ପାଞ୍ଚ ଜଣ ମାଓବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ପୋଲିସ ବୁଧବାର କହିଛି ।

ଏସ୍ଓଜି ଓ ସିଆର୍ପିଏଫ୍ର କୁମ୍ବିଂ ଅପରେଶନ ସମୟରେ ଗିରଫ ହୋଇଥିବା ସିପିଆଇ ମାଓବାଦୀ ସଂଗଠନର ବଂଶଧାରା ଡ଼ିଭିଜନର ଏହି ମାଓବାଦୀମାନେ ହେଲେ ଆ୍ୟାସ ମନଡ଼ାଙ୍ଗି, ସୁନୀଲ ଗାଗରଙ୍ଗା, ସବିତା ଜୋିୟା ଓ ଦୁଇ ଜଣ ନାବାଳକ ।

ସେମାନଙ୍କ ଠାରୁ ଗୋଟିଏ ୯ ଏମ୍ଏମ୍ ପିସ୍ତଲ, ଗୋଟିଏ ମାଗାଜିନ, ୨୦ଟି ଜୀବନ୍ତ ଗୁଳି, ଗ୍ରେନେଡ଼, ୨୦ଟି ଡ଼ିଟୋନେଟର, ଦୁଇଟି ଲ୍ୟାଣ୍ଡମାଇନ, ଦଶଟି ବଡ଼ ପଲିଥିନ, ମାଓବାଦୀ ପୋଷାକ ଓ ତାଲିମ ପୁପ୍ତିକା ଥିବା ତିନୋଟି ବ୍ୟାଗ ଓ ମାଓ ସଂପର୍କୀତ ପ୍ରଚାର ପତ୍ର ଜବତ କରିଥିବା ଜଣେ ଅଧିକାରୀ କହିଛନ୍ତି ।

କେ.ସିଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗମୁହିଁ ଗ୍ରାମରେ ଥିବା ମଭାଟି ଭଙ୍ଗାରୁଜା, କଳାହାଣ୍ଡି ଜିଲ୍ଲାରେ ୁଇଟି ମୋଟର ସାଇକେଲ ପୋଡ଼ି, ମୁନିଗୁଡ଼ା ଥାନା ଅନ୍ତର୍ଗତ ତୁରିଗୁହା ଗ୍ରାମରେ ଥିବା ମୋବାଇଲ ଟାୱାର ନଷ୍ଟ କରିବା ସହ ଅନ୍ୟ ଘଟଣାରେ ମଧ୍ୟ ଏମାନେ ସଂପୃକ୍ତ ଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version