Site icon Odisha.com

ସାଂଧ୍ୟ କୋର୍ଟକୁ ବିରୋଧ,ରାଜ୍ୟବ୍ୟାପୀ ଓକିଲଙ୍କ କାର୍ଯ୍ୟ ବନ୍ଦ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ସାଂଧ୍ୟ କୋର୍ଟକୁ ବିରୋଧ କରି ଓକିଲ ମାନେ ବୁଧବାର ରାଜ୍ୟବ୍ୟାପୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି ।

ବିଭିନ୍ନ ବାର୍ ଆସୋସିଏସନ ଓ ହାଇକୋର୍ଟ ବାର୍ ଆସୋସିଏସନ ଏହି ଆନେ୍ଦାଳନକୁ ସମର୍ଥନ କରିଛନ୍ତି । ଆଇନଜୀବୀ ମାନେ କାର୍ଯ୍ୟରେ ଯୋଗ େଇନଥିବାରୁ କୋର୍ଟ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି । ଏହାଦ୍ୱାରା ଜନସାଧାରଣ ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।

ରାଜଧାନୀ ଭୁବନେଶ୍ୱର ସମେତ ଜିଲ୍ଲା କୋର୍ଟ ଗୁଡ଼ିକରେ ମଧ୍ୟ ଓକିଲମାନେ କାର୍ଯ୍ୟ ବନ୍ଦ କରିଛନ୍ତି । କୋର୍ଟ ସମ୍ମୁଖରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ସାଂଧ୍ୟ କୋର୍ଟ ଆଇନ ପ୍ରତ୍ୟାହର କରିବାକୁ ଦାବି କରିଛନ୍ତି ।

ସାଂଧ୍ୟ କୋର୍ଟକୁ ବିରୋଧି କରି ଗତ ୧୩ରେ ଭୁବନେଶ୍ୱରରେ ରାଜ୍ୟର ସମସ୍ତ ବାର୍ ଆସୋସିଏସନ ସଦସ୍ୟ ଏକତ୍ରିତ ହୋଇ ୧୫ରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version