Site icon Odisha.com

ପ୍ରହଲ୍ଲାଦ ପ୍ରଧାନଙ୍କ ଜନ୍ମ ଶତବାର୍ଷିକୀ ପାଳିତ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସ୍ତରୀୟ ଗଙ୍ଗାଧର ସ୍ମୃତି ସମିତି ପକ୍ଷରୁ ବରଗଡ଼ ଠାରେ ସ୍ୱର୍ଗତ ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହୋଇଯାଇଛି ।

ସେ କେବଳ ଜଣେ ଶ୍ରେଷ୍ଠ ସଂସ୍କୃତଜ୍ଞ ନଥିଲେ, ସେ ଏକାଧାରରେ ପ୍ରାଚ୍ୟ କାବ୍ୟକାର, ଗବେଷକ, ଦକ୍ଷ ଶିକ୍ଷା ପ୍ରଶାସକ ଥିଲେ ବୋଲି ଏହି ଅବସରରେ ଆୟୋଜିତ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି ।

ପ୍ରଫେସର ନାରାୟଣ ପୃଷେଠ୍ଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ପ୍ରଥମ ଶତ ବାର୍ଷିକୀ ସମାରୋହରେ ପ୍ରଫେସର ମୀନକେତନ ପୁରୋହିତ ମୁଖ୍ୟ ଅତିଥି, ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରଫେସର ପ୍ରଧାନଙ୍କ ଜୀବନଦଶା ଏବଂ ସାରସ୍ୱତ ସାଧନାକୁ ଏକଲବ୍ୟର ଏକନିଷ୍ଠ ସାଧନା ବୋଲି ସେମାନେ ବର୍ଣ୍ଣନା କରିଥିଲେ ।

ଏହି ଅବସରରେ ବେଦ ବିଦ୍ଵାନନ ଗଙ୍ଗାଧର ଗୁରୁ, ସଂସ୍କୃତ କାବ୍ୟ ରଚୟିତା ପୂର୍ଣ୍ଣଚନ୍ଦ୍ର ଶାସ୍ତ୍ରୀ, ବାଚସ୍ପତି କରଶର୍ମା, ଦେବେନ୍ଦ୍ର ନାଥ ପ୍ରଧାନ ଏବଂ ଶଙ୍କରଲାଲ ପ୍ରଧାନଙ୍କୁ ଶତବାର୍ଷିକୀ ସମ୍ମାନ ପ୍ରଦାନ କରାଯାଇଥିଲା ।

ପ୍ରଫେସର ପ୍ରଧାନଙ୍କ ଗବେଷଣା ମୂଳକ ନିବନ୍ଧ ଗୁଡ଼ିକର ପ୍ରକାଶନ ଦାୟିତ୍ୱ ବିଶ୍ୱ ବିଦ୍ୟାଳୟ ନେବା ଉଚିତ୍ ବୋଲି ପୃଷେଠ୍ ମତ ଦେଇଥିଲେ ।

ଓଡିଶା ଡଟ୍ କମ୍

Exit mobile version