Site icon Odisha.com

ନାଲ୍କୋ ପକ୍ଷରୁ ୧୮୭ କୋଟି ଟଙ୍କାର ଆୟକର ପ୍ରଦାନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧିନରେ ପରିଚାଳିତ ନବରତ୍ନ ମାନ୍ୟତା ପ୍ରାପ୍ତ କମ୍ପାନୀ ନାଲ୍କୋ ୨୦୧୦-୧୧ ଆର୍ଥିକ ବର୍ଷର ତୃତୀୟ ଭାଗ ପାଇଁ ୧୮୭ କୋଟି ଟଙ୍କା ଆଗୁଆ ଆୟକର ପ୍ରଦାନ କରିଛିା

କମ୍ପାନୀ ଗତ ବର୍ଷ ଏହି ସମୟରେ ମାତ୍ର ୭୫ କୋଟି ଟଙ୍କା ଅଗ୍ରୀମ ଆୟକର ପ୍ରଦାନ କରିଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ ଭାଗ ଠାରୁ ତୃତୀୟ ଭାଗ ପର୍ଯ୍ୟନ୍ତ ମୋଟ୍ ୩୫୬ କୋଟି ଟଙ୍କା ଅଗ୍ରୀମ ଆୟକର ପ୍ରଦାନ କରିଥିବା କମ୍ପାନୀ ପକ୍ଷରୁ ଏକ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ।

୨୦୦୯-୧୦ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ନାଲ୍କୋ ମୋଟ୍ ୧୪୦ କୋଟି ଟଙ୍କା ଆଗୁଆ ଆୟକର ପ୍ରଦାନ କରିଥିଲା । ଅଧିକ ବିକ୍ରି ଓ ବଜାର ସ୍ଥିତିରେ ଉନ୍ନତି ପାଇଁ ଆୟକର ପ୍ରାନ ପରିମାଣ ବୃଦ୍ଧି ହୋଇପାରିଛି ବୋଲି ଏଥିରେ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version