Site icon Odisha.com

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରେଳ ସଂପ୍ରସାରଣର ଶୁଭାରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତଟ ରେଳବାଇ ପକ୍ଷରୁ ସଂପ୍ରସାରଣ କରାଯାଇଥିବା ତିନୋଟି ଟ୍ରେନର ଶୁଭାରମ୍ଭ କରିଛନ୍ତି ।

ଭୁବନେଶ୍ୱର-କୋରାପୁଟ ହୀରାଖଣ୍ଡ ଏକ୍ସପ୍ରେସକୁ ଛତିଶଗଡ଼ର ଜଗଲପୁର, ପୁରୀ ଢେଙ୍କାନଳ ପାସେଞ୍ଜର ଟ୍ରେନକୁ ତାଳଚେର ଓ ପୁରୀ ପଲାସା ପାସେଞ୍ଜରକୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି ।

୨୧୭ ପୁରୀ-ପଲାସା ପାସେଞ୍ଜର ଟ୍ରେନ୍ ପୁରୀରୁ ୭.୪୫ରେ ବାହାରି ୩.୨୫ରେ ପଲାସାରେ ପହଞ୍ଚିବ ଓ ପଲାସାରୁ ୪.୩୦ରେ ବାହାରି ୬.୪୫ରେ ପାରଳାଖେମୁଣ୍ଡିରେ ପହଞ୍ଚିବ ।

ସେହିପରି ୨୧୮ ପାରଳାଖେମୁଣ୍ଡି-ପୁରୀ ପାସେଞ୍ଜର ୭.୪୫ରେ ପାରଳାଖେମୁଣ୍ଡିରୁ ବାହାରି ୯.୦୫ରେ ପୁରୀରେ ପହଞ୍ଚିବ । ୨୧୦ ପୁରୀ-ଢେଙ୍କାନାଳ ପାସେଞ୍ଜର ଟ୍ରେନ୍ ୪.୩୫ରେ ପୁରୀରୁ ବାହାରି ୮.୫୩ରେ ଢେଙ୍କାନାଳରେ ପହଞ୍ଚିବ ଓ ସେଠାରୁ ୮.୫୫ରେ ବାହାରି ୧୧.୪୫ରେ ତାଳଚେରରେ ପହଞ୍ଚିବ ।

୨୦୯ ତାଳଚେର-ପୁରୀ ପାସେଞ୍ଜର ଟ୍ରେନ୍ ୫.୧୫ରେ ତାଳଚେରରୁ ବାହାରି ୧୧.୪୫ରେ ପୁରୀରେ ପହଞ୍ଚିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version