Site icon Odisha.com

ବାଚସ୍ପତିଙ୍କ ଉପରକୁ ପେନଷ୍ଟାଣ୍ଡ ଫୋପାଡ଼ିଲେ ବିଧାୟକ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ବିଧାନସଭା ଅଧିବେଶନ ଚାଲିଥିବା ବେଳେ ସୋମବାର ଜଣେ କଂଗ୍ରେସ ବିଧାୟକ ବାଚସ୍ପତି ପ୍ରଦୀପ ଅମାତଙ୍କ ଉପରକୁ ପେନଷ୍ଟାଣ୍ଡ ଫୋପାଡ଼ିଛନ୍ତି ।

କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବାଚସ୍ପତିଙ୍କ ପୋଡ଼ିୟମ ଉପରୁ ପେନଷ୍ଟାଣ୍ଡ ଆଣି ତାଙ୍କ ଉପରକୁ ଫୋପାଡ଼ିଥିଲେ କିନ୍ତୁ ଏହା ତାଙ୍କ ଉପରେ ବାଜିନଥିଲା । ଏହାପରେ ବାଚସ୍ପତି ତୁରନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ।

ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏକ ଜଳସେଚନ ପ୍ରକଳ୍ପର ଟେଣ୍ଡର ଫିକ୍ସିଂରେ ବିରୋଧି ବିଧାୟକମାନେ ସଂପୃକ୍ତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ରଘୁନାଥ ମହାନ୍ତି କହିବା ପରେ ଏହି ଘଟଣା ଘଟିଥିଲା ।

ମନ୍ତ୍ରୀଙ୍କ ଏଭଳି ଉତ୍ତରକୁ ବିରୋଧ କରି କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଆସି ତାଙ୍କୁ ଜଣାଇଥିଲେ କିନ୍ତୁ ବାଚସ୍ପତିଙ୍କ ଠାରୁ କୌଣସି ପ୍ରତିକ୍ରିୟା ନମିଳିବାରୁ ଏଥିରେ ଉତ୍କକ୍ଷିପ୍ତ ହୋଇ ସାଲୁଜା ପେନଷ୍ଟାଣ୍ଡ ଫୋପାଡ଼ିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version