Site icon Odisha.com

କୋଷ୍ଟଗାର୍ଡ଼ ସୁରକ୍ଷାକର୍ମୀଙ୍କ ଦ୍ୱାରାଛଅ ଧିବର ଉଦ୍ଧାର

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ପାରାଦ୍ଵୀପ ବନ୍ଦରକୁ ମାଛ ଧରିବା ପାଇଁ ଯାଇଥିବା ଏକ ଟ୍ରଲରରେ ନିଅାଁ ଲାଗି ବୁଡ଼ିଯିବାରୁ ଏଥିରେ ଥିବା ଧିବରଙ୍କୁ କୋଷ୍ଟଗାର୍ଡ଼ ସୁରକ୍ଷାକର୍ମୀମାନେ ଉଦ୍ଧାର କରିଛନ୍ତି ।

ପାରାଦ୍ଵୀପର ଏକ ଘରୋଇ ଟ୍ରଲରେ ଛଅଜଣ ଧିବର ରବିବାର ସଂଧ୍ୟାରେ ପୁରୀ ଜିଲ୍ଲା ରାମଚଣ୍ଡି ନିକଟକୁ

ମାଛ ଧରିବାକୁ ଯାଇଥିଲେ । ଟ୍ରଲରରେ ସେମାନେ ଗ୍ୟାସ ସିଲିଣ୍ଡର ସାହାଯ୍ୟରେ ରୋଷେଇ କରୁଥିବା ବେଳେ ଏହା ହଠାତ୍ ଫାଟି ଯାଇଥିଲା ।

ଫଳରେ ଟ୍ରଲରରେ ନିଅାଁ ଲାଗିଯାଇଥିଲା । ଏହି ସମୟରେ ଭାରତୀୟ ତଟରକ୍ଷୀ ବାହୀନୀର ଜାହାଜ ରେଜିୟା ସୁଲତାନ ପେଟ୍ରୋଲିଂ କରୁଥିବା ବେଳେ ନିଅାଁ ଲାଗିଥିବା ଟ୍ରଲକୁ ଦେଖିଥିଲେ ।

ଜାହାଜରେ ଥିବା ସୁରକ୍ଷାକର୍ମୀମାନେ ତୁରନ୍ତ ଟ୍ରଲରରେ ଥିବା ଧିବରଙ୍କୁ ଉଦ୍ଧାର କରିବା ସହ ନିଅାଁକୁ ଲିଭାଇଥିଲେ । ତେବେ ଉଦ୍ଧାର କରାଯାଇଥିବା ସମସ୍ତ ଧିବର ସୁସ୍ଥ ଅଛନ୍ତି ବୋଲି ତଟରକ୍ଷୀ କମାଣ୍ଡେଣ୍ଟ ସରୋଜ ସାହୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version