Site icon Odisha.com

ତିନି ଦୁର୍ଦ୍ଧାନ୍ତ ମାଓବାଦୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

ବାରିପଦା, ଡ଼ିସେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ମୟୁରଭଞ୍ଜ ଜିଲ୍ଲାରେ ସୋମବାର ତିନି ଜଣ ଦୁର୍ଦ୍ଧାନ୍ତ ମାଓବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କୁ ଠାରୁ ଅସ୍ତ୍ରଶସ୍ତ୍ର ଜବତ କରିଥିବା ପୋଲିସ କହିଛି ।

ଜିଲ୍ଲା ପୋଲିସ ଓ ପଶ୍ଚିମବଙ୍ଗ ଝାଡ଼ଗ୍ରାମ ପୋଲିସର ମିଳିତ କୁମ୍ବିଂ ଅପରେଶନ ବେଳେ ମୟୁରଭଞ୍ଜ-ପଶ୍ଚିମବଙ୍ଗ ସୀମା ଅନ୍ତର୍ଗତ ସୁଳିଆପା ଅଞ୍ଚଳରୁ ଏମାନଙ୍କୁ ଗିରଫ କରାଯାଇଛି ।

ସେମାନଙ୍କ ଠାରୁ ଦେଶୀ ବନ୍ଧୁକ, ୧୪ଟି ଜୀବନ୍ତ ଗୁଳି ଓ ୨୧ଟି ଜିଲାଟିନ ଜବତ କରାଯାଇଥିବା ଜିଲ୍ଲା ପୋଲିସ ମୁଖ୍ୟ ୟାଲ ଗଙ୍ଗୱାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଗିରଫ ମାଓବାଦୀମାନେ ହେଲେ ଉମାକାନ୍ତ ବେହେରା, ସୁବାଷ ବଡ଼ୁକ ଓ ରୁପକ ମହନ୍ତ । ଏମାନଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ହତ୍ୟା, ଅପହରଣ ଭଳି ବିଭିନ୍ନ ଅପରାଧରେ ସଂପୃକ୍ତ ଥିବା ସେମାନେ ସ୍ୱୀକାର କରିଛନ୍ତି ।

ଏମାନେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲ୍ଲା ଓ ମୟୁରଭଞ୍ଜ ଜିଲ୍ଲାର ଚାନ୍ଦିଆ ଅଞ୍ଚଳରେ ସକ୍ରିୟ ଥିଲେ । ଏହି ଦଳ ଗତ ଜୁଲାଇ ୧୪ରେ ପୋଲିସ ଇନ୍ଫର୍ମର ସନ୍ଦେହରେ ସୁଲିଆପା ଥାନା ଅନ୍ତର୍ଗତ ହାଣ୍ଡିଭଙ୍ଗା ଗ୍ରାମର ସୁକାନ୍ତ ମୁର୍ମୁଙ୍କୁ ହତ୍ୟା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version