Site icon Odisha.com

ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇନଥିବା ବେଳେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ନାମ ଲେଖା ପାଇଁ ବିଜ୍ଞାପନ ପ୍ରକାଶ କରିଥିବାରୁ ଏହାକୁ ନେଇ ସରକାର ମଙ୍ଗଳବାର କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

ନୋଟିସ୍ ପାଇବାର ଏକ ସପ୍ତାହ ମଧ୍ୟରେ ସ୍ପଷ୍ଟିକରଣ ବୋକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ନରାଜ ନିକଟସ୍ଥ ବିଦ୍ୟାଧରପୁର ଠାରେ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ବିଧାନସଭାରେ ଏକ ସ୍ୱତନ୍ତ୍ର ବିଧେୟକ ଗୃହୀତ ହୋଇଛି । କିନ୍ତୁ ବିଶ୍ୱବିଦ୍ୟାଳୟ ମାନ୍ୟତା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ ।

ଏହା ହେବା ପୂର୍ବରୁ କର୍ତ୍ତୃପକ୍ଷ ଏମ୍ବିଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏକ ଖବର କାଗଜରେ ବିଜ୍ଞାପନ ଦେଇଥିଲେ । ଯାହାକି ଆଇନ ସମ୍ମତ ନୁହେଁ । ଏ ବିଷୟ ଉଚ୍ଚଶିକ୍ଷା ବିଭାଗର ଦୃଷ୍ଟିକୁ ଆସିବା ପରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ବୋଲି ବିଭାଗୀୟ ସଚିବ ମଧୂସୁଦନ ପାଢୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version