Site icon Odisha.com

ଇନଭେଷ୍ଟ ଭୁବନେଶ୍ୱର ସମ୍ମିଳନୀରେ ଅନେକ ବ୍ୟବସାୟିକ ଯୋଜନା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଅନେକ ବ୍ୟବସାୟିକ ଯୋଜନା ଏବଂ ଆର୍ନ୍ତଜାତୀୟ ଶିଳ୍ପପତି ମାନଙ୍କ ମଧ୍ୟରେ ଗଠବନ୍ଧନ ସ୍ଥାପନ ସହିତ ତିନି ଦିନ ଧରି ଚାଲିଥିବା ଇନଭେଷ୍ଟ ଭୁବନେଶ୍ୱର ସମ୍ମିଳନୀ ସୋମବାର ଶେଷ ହୋଇଛି ।

ତାଇୱାନର ନ୍ୟୁଲାଇଟ କର୍ପୋରେସନ୍ ୨୦୦ ନିୟୁତ ଡଲାର ବିନିଯୋଗରେ ଏକ ଏଲଇଡି ଉତ୍ପାନ କାରଖାନା ସ୍ଥାପନ କରିବାକୁ ଯୋଜନା କରିଛି । ଏହା ଘରୋଇ ଲାଇଟ ସହିତ ଷ୍ଟି୍ରଟ ଲାଇଟ ତିଆରି କରିବ ।

ରୁସାପ ସିପ ଇଣ୍ଟରନ୍ୟାସନାଲ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଏକ ଶହ କୋଟି ଟଙ୍କା ବିନିଯୋଗରେ ଏକ ପ୍ୟାସେର କମ୍ କାର୍ଗୋର ବ୍ୟବସ୍ଥା ରହିଛି ଯାହା ପୁରୀରୁ କୋଲକାତା ପର୍ଯ୍ୟନ୍ତ ଚାଲିବ ଏବଂ ଏହା ବହୁ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି ।

ସେହିପରି ସିଭି ରମଣ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ ଏବଂ ବେଷ୍ଟ ୱେର୍ଷ୍ଟନ ଗ୍ରୁପ୍ର ମିଳିତ ସହଯୋଗରେ ରାଜ୍ୟରେ ଏକ ହୋଟେଲ ମ୍ୟାନେଜମେଣ୍ଟ କଲେଜ୍ ଖୋଲିବାର ବ୍ୟବସ୍ଥା ରହିଛି ।

ଆସନ୍ତା ମଇ ୨୦୧୧ରେ ଓଡ଼ିଶା ସରକାର ଇନଭେଷ୍ଟ ଭୁବନେଶ୍ୱର ସଦସ୍ୟଙ୍କୁ ନେଇ ସିଲିକନ ଭ୍ୟାଲି ଗସ୍ତରେ ଯିବେ । ଏହି ପ୍ରତିନିଧି ଦଳ ଡାଲାସ, ଦୁବାଇ, ସିଡ୍ନି, ତାଇପାଇ, ଇସରାଇଲ୍ ଆଦି ସ୍ଥାନ ଗୁଡ଼ିକ ଭ୍ରମଣ କରି ଇନଭେଷ୍ଟମେଣ୍ଟ ପ୍ରକ୍ରିୟାକୁ ତ୍ୱରାନିତ କରିବେ, ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

ଏହି ସମ୍ମିଳନୀ ସମସ୍ତ ଇନଭେଷ୍ଟର ମାନଙ୍କୁ ଆକର୍ଷିତ କରିବା ସହିତ ସେମାନଙ୍କୁ ଏକ ନୂତନ ମଞ୍ଚ ଯୋଗାଇଥାଏ, ଇନଭେଷ୍ଟ ଭୁବନେଶ୍ୱରର କନ୍ଭେନର୍ ଧନନ୍ଦା ମିଶ୍ର କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version