Site icon Odisha.com

କଲେଜ ପରିସରରେ ଛାତ୍ରଙ୍କୁ ହତ୍ୟା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଢେଙ୍କାନାଳ, ଡ଼ଇସେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ଢେଙ୍କାନାଳ ସ୍ୱୟଂଶାସିତ କଲେଜ ପରିସରରେ ଗୁରୁବାର କେତେକ ଦୁର୍ବୃତ୍ତ ଦୁଇ ଜଣ ଛାତ୍ରଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିଥିବା ପୋଲିସ କହିଛି ।

ଉକ୍ତ କଲେଜର ପୂର୍ବତନ ଛାତ୍ର କମଲ ଲୋଚନ ଳେଇ ଓ ଛାତ୍ର ସଂଗ୍ରାମ ମହାନ୍ତି କ୍ୟାରମ ଖେଳୁଥିବା ସମୟରେ ଅଜଣା ଦୁର୍ବୃତ୍ତମାନେ କାର୍ ରେ ଆସି କଲେଜ ପରିସରରେ ତାଙ୍କୁ ଆକ୍ରମଣ କରିଥିଲେ ।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଦଳେଇଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ ଓ ମହାନ୍ତିଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ତାଙ୍କୁ ମଧ୍ୟ ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।

ପୋଲିସ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିଛି । ପରେ ଉତ୍ତ୍ୟକ୍ତ ଲୋକମାନେ ଦୁର୍ବୃତ୍ତଙ୍କ ତୁରନ୍ତ ଗିରଫ ଦାବୀରେ ଜାତୀୟ ରାଜପଥ ଅବରୋଧ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version