Site icon Odisha.com

ଏନ୍ଟିପିସିର ଛଅଟି ୟୁନିଟ୍ ସହ ଗ୍ରୀଡ଼କୋର ଚୁକ୍ତିନାମା

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାରଙ୍କ ବିଦ୍ୟୁତ ଆବଣ୍ଟନ ଅନୁସାରେ ଜାତୀୟ ତାପଜ ବିଦ୍ୟୁତ ନିଗମ(ଏନ୍ଟିପିସି)ର ପୂର୍ବଭାରତରେ ଥିବା ଛଅଟି ୟୁନିଟ୍ ସହିତ ଗ୍ରୀଡ଼କୋ ସୋମବାର ଚୁକ୍ତିନାମା ସଂପାଦନ କରିଛି ।

ବିଦ୍ୟୁତ୍ କ୍ରୟ ଚୁକ୍ତିନାମା ବା ପାୱାର ପର୍ଚେଜ ଆଗ୍ରୀମେଣ୍ଟ(ପିପିଏ) ଅନୁସାରେ ତାହା କରାଯାଇଛି ।

ଏନ୍ଟିପିସିର ଯେଉଁ ଛଅଟି ୟୁନିଟ୍ରୁ ଓଡ଼ିଶା ତାହାର ଅଂଶ ବାବଦରେ ବିଦ୍ୟୁତ୍ ଶକ୍ତି ପାଇବ ତାହା ହେଲା ର୍ଲିପାଲିରେ ଥିବା ୩୨୦୦ ମେଗାୱାଟ, ୧୩୨୦ ମେଗାୱାଟ ବିଶିଷ୍ଟ ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର, ପଶ୍ଚିମବଙ୍ଗରେ ଥିବା କଟୱା ୧୬୦୦ ମେଗାୱାଟ୍, ପିରପାଇଣ୍ଟି ୧୩୨୦ ମେଗାୱାଟ, ୫୦୦ ମେଗାୱାଟ ବିଶିଷ୍ଟ ଫରକ୍କା ଷ୍ଟେଜ-୩ ଏବଂ ବିହାର ମୁଜାଫରପୁର ଷ୍ଟେଜ-୨ରେ ଥିବା ୩୯୦ ମେଗାୱାଟ ।

ଚୁକ୍ତିନାମା ଅନୁସାରେ ଗ୍ରୀଡ଼କୋ ର୍ଲଦିପାଲଇ ୟୁନିଟରୁ ୧୬୦୦, ତାଳଚେର ଟିଟିପିଏସ୍ରୁ ୬୨୦, କଟୱାରୁ ୨୭୦, ପିରପାଇଁଣ୍ଟ ୟୁନିଟ୍ରୁ ୧୭୫, ଫରକ୍କା ଫେଜ-୩ରୁ ୮୩ ଏବଂ ମୁଜାଫରପୁର ୟନୁଟ୍ରୁ ୩୦ ମେଗାୱାଟ ବିଦ୍ୟୁତ ଶକ୍ତି ପାଇବ ।

ଗ୍ରୀଡ଼କୋ ପକ୍ଷରୁ ବାଣିଜ୍ୟିକ ମହା ନିଦେ୍ର୍ଧଶକ ଅଲେଖ ଚନ୍ଦ୍ର ମଲ୍ଲିକ ଓ ଏନ୍ଟିପିସି ପକ୍ଷରୁ ବାଣିଜ୍ୟିକ ମହା ପ୍ରବନ୍ଧକ ଭିକେ.ପାଧା ଏହି ପିପିଏରେ ସ୍ୱାକ୍ଷର କରିଛନ୍ତି ।

ଏନ୍ଟିପିସି ପକ୍ଷରୁ ଏକ ଅନ୍ୟାଧୁନିକ ମେଡ଼ିକାଲ କଲେଜ ଓ ଇଂଜିନିୟରିଂ କଲେଜ ଖୋଲାଯିବ ବୋଲି ଏହି ଅବସରରେ ଶକ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version