Site icon Odisha.com

ଏଫ୍ଏକ୍ୟୁ ମାନରେ କୋହଳ ପାଇଁ ଦାବୀ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର ୨୭(ଓଡ଼ିଶା ଡ଼ଟ୍ କମ୍) ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ଏଫ୍ଏକ୍ୟୁ ମାନରେ କୋହଳ ଓ ମଧ୍ୟବର୍ତ୍ତୀକାଳୀନ ସହାୟତା ଘୋଷଣା କରିବାକୁ ଏନ୍ସିପି ଦାବୀ କରିଛି ।

ଏଭଳି ସଂକଟରେ ଚାଷୀଙ୍କ ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ କେନ୍ଦ୍ର କୃଷି ମନ୍ତ୍ରୀ ସଦର ପାୱାରଙ୍କୁ ଏନ୍ସିପି ବିଧାୟକ ଦଳ ନେତା ଅମର ଶତପଥୀ ସୋମବାର ଚିଠି ଲେଖି ଅନୁରୋଧ କରିଛନ୍ତି ।

ଖରିଫ ଅମଳ ସମୟରେ ବର୍ଷାର କ୍ଷତି ସବୁ ଫସଲ ଉଜାଡ଼ି ଦେଇଛି । ସମସ୍ତ ଜିଲ୍ଲାର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି କେବଳ ଧାନ ନୁହେଁ କପା, ପରିବା, ତୈଳବୀଜ ଓ ଆଗୁଆ ରବି ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ ଏଥିରେ ଲେଖିଛନ୍ତି ।

ରାଜ୍ୟ ସରକାର ଚାଷୀଙ୍କ ପାଇଁ ଘୋଷଣା କରିଥିବା ପ୍ୟାକେଜ ଦାବୀ ମୁତାବକ ହୋଇନାହିଁ । କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରକୁ ଯଥାକ୍ରମେ ଚାରି ଶହ କୋଟି ଓ ଦୁଇ ଶହ କୋଟି ଟଙ୍କା ସହାୟତା କରିଛନ୍ତି ।

ଏକ୍ଷେତ୍ରରେ ଓଡ଼ିଶାକୁ କିଛି ମିଳି ନାହିଁ ତେଣୁ ଶୀଘ୍ର ମଧ୍ୟବର୍ତ୍ତୀକାଳିନ ସହାୟତା ଦିଆଯିବା ଜରୁରୀ, ସେ ଜଣାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version