Site icon Odisha.com

ଗ୍ରାମବାସୀଙ୍କ ଦ୍ୱାରା ତହସିଲାର, ବିଡ଼ିଓ ଅଟକ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଡ଼ିସେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲା ବରପାଲି ଠାରେ ହୋଇଥିବା ଚାଷୀ ଆତ୍ମହତ୍ୟା ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହି ଘଟଣାର ଅନୁଧ୍ୟାନ କରିବାକୁ ଯାଇଥିବା ସ୍ଥାନୀୟ ତହସିଲଦାର ଓ ବିଡ଼ିଓଙ୍କୁ ଗ୍ରାମବାସୀମାନେ ଅଟକ ରଖିଥିଲେ ।

ବରପାଲି ତହସିଲଦାର ଓ ବିଡ଼ିଓ ତଦନ୍ତ ପାଇଁ ମଙ୍ଗଳବାର ଧିରପୁର ଗ୍ରାମକୁ ଯାଇଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ପ୍ରଶାସନିକ ଅବହେଳା ଅଭିଯୋଗ କରି ସେମାନଙ୍କୁ ଘେରାଉ କରି ରଖିଥିଲେ । ଫଳରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

ଅିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ ହାନୀ ସଂପର୍କରେ ଚାଷୀମାନେ ତହସିଲାରଙ୍କୁ ଜଣାଇବା ସହ ଏକ ସପ୍ତାହ ମଧ୍ୟରେ କ୍ଷତିପୂରଣ ଦିଆନଗଲେ ଗ୍ରାମବାସୀମାନେ ସମୂହ ଆତ୍ମାହୁତି ଦେବେ ବୋଲି ସେମାନେ ତାଙ୍କୁ ଲିଖିତ ଜଣାଇଥିଲେ ।

ମୃତ ଚାଷୀଙ୍କ ପରିବାରକୁ ଉଚିତ କ୍ଷତିପୂରଣ ସହ ସମସ୍ତ ଚାଷୀଙ୍କ ଧାନ ଉଚିତ ମୂଲ୍ୟରେ ବିକ୍ରୀ ବ୍ୟବସ୍ଥା କରିବାକୁ ଅଧିକାରୀ ଦ୍ୱୟ ପ୍ରତିଶୃତି ଦେବା ପରେ ଚାଷୀମାନେ ସେମାନଙ୍କୁ ଛାଡ଼ି ଦେଇଥିଲେ ।

ଅିନିଆ ବଷାଁ ଯୋଗୁଁ ଧାନ ଚାଷ କ୍ଷତିଗ୍ରସ୍ତ ହେବାରୁ ଏହି ଗ୍ରାମର ଚାଷୀ ଅଶୋକ ଖଟୁଆ ଓ ତାଙ୍କ ପୁଅ ସୁଜିତ ଖଟୁଆ ଆତ୍ମହତ୍ୟା କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version