Site icon Odisha.com

କୁମ୍ବିଂ ଅପରେଶନରେ ଦୁଇ ମାଓବାଦୀ ମୃତ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଡ଼ିସେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲା ପାଇକମାଲ ଅନ୍ତର୍ଗତ ଏକ ଜଙ୍ଗଲରେ ପୋଲିସ ଓ ସିଆର୍ପିଏଫ୍ ଯବାନଙ୍କ କୁମ୍ବିଂ ଅପରେଶନ ସମୟରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ପୋଲିସ ବୁଧବାର କହିଛି ।

ମାଓବାଦୀ ପ୍ରତିହତ ପାଇଁ ବୋଡ଼ାସମ୍ବର ଜଙ୍ଗଲରେ ମଙ୍ଗଳବାର କୁମ୍ବିଂ ଅପରେଶନ ଚାଲିଥିବା ବେଳେ ପୋଲିସ ଗୁଳିରେ ଏମାନେ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ଠାରୁ କୌଣସି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇ ନାହିଁ ।

ପାଇକମାଲ ଠାରୁ ୧୫ କିମି ଦୂରରେ ଥିବା ଏହି ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ଖବର ପାଇ ପୋଲିସ ଓ ସିଆର୍ପିଏଫ୍ ଯବାନ ଗତ ଦୁଇ ଦିନ ଧରି କୁମ୍ବିଂ ଅପରେଶନ ଚଳାଇଥିଲେ ।

ମୃତ ମାଓବାଦୀଙ୍କ ବୟସ ୨୦ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେମାନେ ଛତିଶଗଡ଼ ଅଞ୍ଚଳର ବୋଲି ପୋଲିସ କହିଛି । ସେମାନଙ୍କ କ୍ୟାମ୍ପରୁ ଚାଉଳ, ଡ଼ାଲି, ଆଳୁ, ପିଆଜ ଆଦି ଆବଶ୍ୟକ ରୋଷେଇ ସାମଗ୍ରୀ ଜବତ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version