ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) ଅଦିନିଆ ବର୍ଷାରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ମଙ୍ଗଳବାର ଏକ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଭୁବନେଶ୍ୱରରେ ପହଞ୍ଚି କ୍ଷତିଗ୍ରସ୍ତ ଅଞ୍ଚଳ ଯାଇଛନ୍ତି ।
ଆଜି ଗୋଟିଏ ଦଳ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ସଂପୃକ୍ତ ଜିଲ୍ଲା ଧାନ ଚାଷ ବ୍ୟାପକ କ୍ଷତି ହୋଇଥିବା ସେମାନେ କହିଛନ୍ତି ।
କେନ୍ଦ୍ର କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ ପଙ୍କଜ କୁମାରଙ୍କ ନେତୃତ୍ୱରେ ଆସିଥିବା ଆଠ ଜଣିଆ ଅନୁଧ୍ୟାନକାରୀ ଦଳ ପ୍ରଥମେ ଆଠଟି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେମାନେ ଖୋର୍ଦ୍ଧା, ବଲାଙ୍ଗୀର, ନୟାଗଡ଼, ପୁରୀ, ନବରଙ୍ଗପୁର, କେନ୍ଦୁଝର ଓ ବରଗଡ଼ ଜିଲ୍ଲା ଗସ୍ତ କରିବେ ।
ଜଳ ସଂପଦ ବିଭାଗର ଅଶୋକ ଗୋୟଲ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଏନ୍.କେ.ସାହୁ, ପାନୀୟ ଜଳ ମିଶନର ଆର୍.ଏମ୍. ଶେପାଣ୍ଡେ, ପଶୁସମ୍ପ ମନ୍ତ୍ରଣାଳୟର ଭି.ବି.ଦାସ, କୃଷି ଓ ସମବାୟ ମନ୍ତ୍ରଣାଳୟର ଏମ୍.ସି.ଦିବାକର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ବି.ଏନ୍.ମହାରଣା ପ୍ରମୁଖ ଏହି ଦଳରେ ଅଛନ୍ତି ।
ଏହି ଦଳ କ୍ଷୟକ୍ଷତି ରିପୋର୍ଟ ଦେବା ପରେ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବେ । ଚଳିତ ମାସ ଦ୍ଵିତୀୟ ସପ୍ତାହରେ ରାଜ୍ୟରେ ବର୍ଷା ହୋଇଥିଲା ।
ଓଡ଼ିଶା ଡ଼ଟ୍ କମ୍
Leave a Reply