Site icon Odisha.com

ବର୍ଷାଜନିତ କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଦଳ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) ଅଦିନିଆ ବର୍ଷାରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ମଙ୍ଗଳବାର ଏକ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଭୁବନେଶ୍ୱରରେ ପହଞ୍ଚି କ୍ଷତିଗ୍ରସ୍ତ ଅଞ୍ଚଳ ଯାଇଛନ୍ତି ।

ଆଜି ଗୋଟିଏ ଦଳ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ସଂପୃକ୍ତ ଜିଲ୍ଲା ଧାନ ଚାଷ ବ୍ୟାପକ କ୍ଷତି ହୋଇଥିବା ସେମାନେ କହିଛନ୍ତି ।

କେନ୍ଦ୍ର କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ ପଙ୍କଜ କୁମାରଙ୍କ ନେତୃତ୍ୱରେ ଆସିଥିବା ଆଠ ଜଣିଆ ଅନୁଧ୍ୟାନକାରୀ ଦଳ ପ୍ରଥମେ ଆଠଟି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେମାନେ ଖୋର୍ଦ୍ଧା, ବଲାଙ୍ଗୀର, ନୟାଗଡ଼, ପୁରୀ, ନବରଙ୍ଗପୁର, କେନ୍ଦୁଝର ଓ ବରଗଡ଼ ଜିଲ୍ଲା ଗସ୍ତ କରିବେ ।

ଜଳ ସଂପଦ ବିଭାଗର ଅଶୋକ ଗୋୟଲ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଏନ୍.କେ.ସାହୁ, ପାନୀୟ ଜଳ ମିଶନର ଆର୍.ଏମ୍. ଶେପାଣ୍ଡେ, ପଶୁସମ୍ପ ମନ୍ତ୍ରଣାଳୟର ଭି.ବି.ଦାସ, କୃଷି ଓ ସମବାୟ ମନ୍ତ୍ରଣାଳୟର ଏମ୍.ସି.ଦିବାକର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ବି.ଏନ୍.ମହାରଣା ପ୍ରମୁଖ ଏହି ଦଳରେ ଅଛନ୍ତି ।

ଏହି ଦଳ କ୍ଷୟକ୍ଷତି ରିପୋର୍ଟ ଦେବା ପରେ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବେ । ଚଳିତ ମାସ ଦ୍ଵିତୀୟ ସପ୍ତାହରେ ରାଜ୍ୟରେ ବର୍ଷା ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version