Site icon Odisha.com

ବରଗଡ଼: ମାଓବାଦୀ ଏନ୍କାଉଣ୍ଟର ଘଟଣାର ତଦନ୍ତ ନିଦେ୍ର୍ଧଶ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ଭୁବନେଶ୍ୱର, ଡ଼ିସେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ନିକଟରେ ବରଗଡ଼ ଜିଲ୍ଲାରେ ମାଓବାଦୀ ସନ୍ଦେହରେ ପୋଲିସ ଗୁଳିରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ କରିବାକୁ ସରକାର ଗୁରୁବାର ନିଦେ୍ର୍ଧଶ ଦେଇଛନ୍ତି ।

ଘଟଣା ସଂପର୍କରେ ତଦନ୍ତ କରି ଶୀଘ୍ର ରିପୋର୍ଟ ପ୍ରଦାନ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିଦେ୍ର୍ଧଶ ଦିଆଯାଇଥିବା ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସଂପୃକ୍ତ ବ୍ୟକ୍ତିମାନେ ମାଓବାଦୀଙ୍କ କ୍ୟାମ୍ପରେ ଥିବା ବେଳେ ଗୁଳି ବିନିମୟ ସମୟରେ ସେମାନଙ୍କ ମୃତ୍ୟୁ ହୋଇଛି ବୋଲି ପୋଲିସ କହୁଥିବା ବେଳେ ମିଥ୍ୟା ଏନ୍କାଉଣ୍ଟରରେ ଉଭୟଙ୍କୁ ହତ୍ୟା କରାଯାଇଥିବା ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ସୋମବାର ବିଳମ୍ବିତ ରାତିରେ ପାଇକମାଳ ଠାରୁ ୧୫ କିମି ଦୂର ବୋଡ଼ାସମ୍ବର ଜଙ୍ଗଲରେ ପୋଲିସ ଗୁଳିରେ ମାଧବ ସିଂହ ଠାକୁର ଓ ରମେଶ ସାହୁଙ୍କ ମୃତ୍ୟୁ ହୋଇଥିଲା । ଏହି ବ୍ୟକ୍ତିମାନେ ସିପିଆଇ ମାଓବାଦୀ ସଂଗଠନ ସହ ସଂପୃକ୍ତ ଥିଲେ ବୋଲି ଜିଲ୍ଲା ପୋଲିସ ମୁଖ୍ୟ ସୂର୍ଯ୍ୟ ଥଙ୍କପାନ କହିଛନ୍ତି ।

ମାଧବ ସ୍ଥାନୀୟ ବ୍ଲକ ବିଜେପି ସଭାପତି ଥିବା ବେଳେ ସାମାଜିକ କାର୍ଯ୍ୟ ପାଇଁ ସେ ବେଶ୍ ଜଣାଶୁଣା । ସେ ପ୍ରାୟ ୫୦ ଥର ରକ୍ତଦାନ କରିଥିବା ତାଙ୍କ ଭାଇ ଗୁଣକର ଠାକୁର କହିଛନ୍ତି ।

ସେହିପରି ରମେଶ ଜଣେ ବ୍ୟବସାୟୀ ଓ ସେ କେବେ ମଧ୍ୟ ମାଓବାଦୀ କାର୍ଯ୍ୟରେ ସଂପୃକ୍ତ ନଥିଲା ବୋଲି ତାଙ୍କ ପରିବାର ଜଣେ ସଦସ୍ୟ କହିଛନ୍ତି ।

ଘଟଣା ସଂପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ବିଜେପିର ଏକ ଚାରି ଜଣିଆ ପ୍ରତିନିଧି ଦଳ ଗୁରୁବାର ସେଠାକୁ ଯାଇଛନ୍ତି,ପୂର୍ବତନ ବିଜେପି ରାଜ୍ୟସଭାପତି ସୁରେଶ ପୂଜାରୀ କହିଛନ୍ତି ।

ମିଥ୍ୟା ଏନ୍କାଉଣ୍ଟର ପ୍ରତିବାରେ ଶତାଧିକ ଲୋକ ପାଇକମାଳ ବ୍ଲକ ମୁଖ୍ୟାଳୟରେ ଏକ ର୍ୟାଲିର ଆୟୋଜନ କରିଥିଲେ । ଏହି ଘଟଣାରେ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତ ବ୍ୟକ୍ତିଙ୍କ ପରିବାରକୁ ଶ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଗ୍ରାମାବସୀମାନେ ଦାବୀ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version