Site icon Odisha.com

ଓଡ଼ିଆ ମହିଳା କେମିଷ୍ଟଙ୍କୁ ନ୍ୟୁଜିଲ୍ୟାଣ୍ଡରେ ପୁରସ୍କାର

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାର ଜଣେ ମହିଳା ବୈଜ୍ଞାନିକଙ୍କୁ ନିକଟରେ “ୟଙ୍ଗ ସାଇନଟିଷ୍ଟ ୨୦୧୦”ରେ ପୁରସ୍କୃତ କରାଯାଇଛି ।

ଓଡ଼ିଶାର ପ୍ରଥମ ମହିଳା କେମିଷ୍ଟ ଯ୍ୟୋତିର୍ମୟୀ ମହାନ୍ତିଙ୍କୁ ଏସିଆନ ଆଣ୍ଡ ଓସାନିଆ ଫଟୋକେମେଷ୍ଟ୍ରି ଆସୋସିଏସନ ପକ୍ଷରୁ ନ୍ୟୁଜିଲ୍ୟାଣ୍ଡର ୱିଲିଙ୍ଗଟନ୍ ଠାରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଆସୋସିଏସନ ସଭାପତି ପ୍ରଫେସର ହାରୁଓ ମହାନ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଯ୍ୟୋତିର୍ମୟୀ ବର୍ତ୍ତମାନ ମୁମ୍ବାଇ ସ୍ଥିତ ଭାବା ଗବେଷଣା କେନ୍ଦ୍ରରେ ସାଇଣ୍ଟିଫିକ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି । ସେ ଏହି ପୁରସ୍କାର ପାଇଥିବାରୁ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

ଏହି ପୁରସ୍କାର ମୋର କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇଁ ଉତ୍ସାହିତ କରିବା ବୋଲି ସେ କହିଛନ୍ତି । ତାଙ୍କ ବାପା ବୈକୁଣ୍ଠ ନାଥ ମହାନ୍ତି କଟକରେ ଶିଶୁ ରୋଗ ବିଶେଷଜ୍ଞ ଭାବେ କାମ କରୁଥିବା ବେଳେ ପତି ମଧ୍ୟ ମୁମ୍ବାଇର ଏକ ପ୍ରତିଷ୍ଠିତ କେମିକାଲ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ।

ୱିଲିଙ୍ଗଟନ୍ ଠାରେ ନଭେମ୍ବର ୧୪ରୁ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଷଷ୍ଠ ଏସିଆନ୍ ଫଟୋ କେମିଷ୍ଟ୍ରି ସମ୍ମିଳନୀରେ ବିିଭିନ୍ନ ଦେଶର ପ୍ରାୟ ୧୨୦ ଜଣ ବୈଜ୍ଞାନିକ ଅଂଶଗ୍ରହଣ କରିଥିଲେ । ଫଟୋ କେମେଷ୍ଟ୍ରି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଛଅ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version