Site icon Odisha.com

ପ୍ରକଳ୍ପକୁ ନେଇ ପୋଲିସ ଗ୍ରାମବାସୀ ମୁହାଁମୁହିଁ, ୧୨ ଆହତ

ଓଡ଼ିଶା ଡ଼ଟ୍ କମ୍ : ହେମନ୍ତ ରାଉତ

ବାଲେଶ୍ୱର, ଡ଼ିସେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲାରେ ପ୍ରସ୍ତାବିତ ଏକ ପ୍ରକଳ୍ପକୁ ନେଇ ଗୁରୁବାର ସ୍ଥାନୀୟ ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ ହୋଇଥିବା ବେଳେ ଏଥିରେ ପାଞ୍ଚ ଜଣ ପୋଲିସଙ୍କ ସମେତ ୧୨ ଜଣ ଆହତ ହୋଇଛନ୍ତି ।

ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପକୁ ବିରୋଧ କରି ପ୍ରାୟ ଚାରି ଶହରୁ ଉର୍ଦ୍ଧ୍ଵ ଲୋକ ଚଉମୁଖ ଗ୍ରାମ ନିକଟରେ ରାସ୍ତା ଅବରୋଧ କରି ଜନଶୁଣାଶୀ ସ୍ଥଳକୁ ଯାଉଥିବା ସରକାରୀ ଅଧିକାରୀଙ୍କୁ ସେଠାକୁ ଯିବାକୁ ଦେଇନଥିଲେ ।

ପୋଲିସ ରାସ୍ତା ଅବରୋଧ ହଟାଇବାକୁ ଯାଇଥିବା ବେଳେ ସେମାନେ ତାଙ୍କ ଉପରକୁ ପଥର ମାଡ଼ କରିଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି ।

ପାଞ୍ଚ ଜଣ ପୋଲିସ କର୍ମଚାରୀ ଓ ସାତ ଜଣ ଗ୍ରାମବାସୀ ଆହତ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନର ଉଦ୍ୟମରେ ସଫଳତାର ସହ ଜନଶୁଣାଣୀ କରାଯାଇଥିଲା, ସେ କହିଛନ୍ତି ।

ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ପୋଲିସ ତାଙ୍କ ଉପରକୁ ଲାଠି ମାଡ଼ କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିବା ସହ ଆହତ ଗ୍ରାମବାସୀଙ୍କ ସଂଖ୍ୟା ଅଧିକ ହେବ ସେମାନେ ବୋଲି କହିଛନ୍ତି ।

୨୧୮୭ କୋଟି ଟଙ୍କା ବ୍ୟୟରେ ଚେନ୍ନାଇ ସ୍ଥିତ କ୍ରିଏଟିଭ ପୋର୍ଟ ଡ଼େଭଲପମେଣ୍ଟ ଲିମିଟେଡ଼ ସୁବର୍ଣ୍ଣରେଖା ନିକଟରେ ଏକ ସବୁଦିନିଆ ବନ୍ଦର ପ୍ରତିଷ୍ଠା କରିବାକୁ ଯାଉଛି । ଏଥିପାଇଁ କମ୍ପାନୀ ୨୦୦୯ ଜାନୁୟାରୀ ୧୧ରେ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version