Site icon Odisha.com

ବିଜେଡ଼ି ଠାରୁ ଏନ୍ସିପିର ସମର୍ଥନ ପ୍ରତ୍ୟାହାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଶାସକ ବିଜୁ ଜନତା ଦଳ(ବିଜେଡ଼ି) ଠାରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍ସିପି) ତାର ସମର୍ଥନ ପ୍ରତ୍ୟାହାର କରିଥିବା ଘୋଷଣା କରିଛି ।

ବୁଧବାର ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଏନ୍ସିପି ରାଜ୍ୟ ସଭାପତି ଉତ୍କଳ କେଶରୀ ପରିଡ଼ା କହିଛନ୍ତି ।

“ବିଜେଡ଼ି କୌଣସି ବିଷୟରେ ଆମ ସହ ବିଚାରବିମର୍ଷ କରୁନଥିବାରୁ ସମର୍ଥନ ପ୍ରତ୍ୟାହାର କରାଯାଇଛି । ସରକାର ଚାଷୀଙ୍କ ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରୁଛନ୍ତି” ସେ କହିଛନ୍ତି ।

ବିଜେଡ଼ି ଗତ ୨୦୦୯ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ସହ ତାହାର ୧୧ ବର୍ଷର ମେଣ୍ଟ ଭଙ୍ଗକରି ସିପିଆଇ, ସିପିଆଇ-ଏମ୍ ଏବଂ ଏନ୍ସିପି ସହ ମେଣ୍ଟ କରିଥିଲା ।

ସମର୍ଥନ ପ୍ରତ୍ୟାହାର ଫଳରେ ଉଭୟ ଦଳ ମଧ୍ୟରେ ଗତ ୨୨ ମାସ ଧରି ରହିଥିବା ମେଣ୍ଟ ଭାଙ୍ଗି ଯାଇଛି । ୧୪୭ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବର୍ତ୍ତମାନ ଏନ୍ସିପିର ଚାରି ଜଣ ବିଧାୟକ ଅଛନ୍ତି ।

ତେବେ ଏ ସଂପର୍କରେ ବିଜେଡ଼ି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ ।

ଓଡ଼ିଶା ଡ଼ଟ୍ କମ୍

Exit mobile version