Site icon Odisha.com

ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପୁରୀରେ ଭକ୍ତଙ୍କ ସମାଗମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ,ଜାନୁୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ନୂଆବର୍ଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶନିବାର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ଭକ୍ତମାନେ ଭୋର ସକାଳୁ ସମୁନ୍ଦ୍ର କୂଳରେ ନୂଆବର୍ଷର ପ୍ରଥମ ଦିନରେ ସୂର୍ଯ୍ୟଙ୍କୁ ଦର୍ଶନ କରି ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଶ୍ରୀଜୀଉଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସିଥିବା ମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ।

ଭିଡ଼କୁ ଦୃଷ୍ଟିରେ ରଖି ସମଗ୍ର ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଭକ୍ତମାନେ ସୁବିଧାରେ ଠାକୁରଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ଼ର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସେହିପରି ଚନ୍ଦ୍ରଭାଗା, ସମ୍ବଲପୁର ସ୍ଥିତ ସମଲେଶ୍ୱରୀ ମନ୍ଦିର, ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର, କଟକ ସ୍ଥିତ ଚଣ୍ଡି ମନ୍ଦିର, ଭଦ୍ରକ ସ୍ଥିତ ଆଖଣ୍ଡଳମଣି ମନ୍ଦିର ଓ କେନ୍ଦୁଝର ସ୍ଥିତ ତାରିଣୀମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି ।

ବର୍ଷ ଆରମ୍ଭରୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କଲେ ବର୍ଷସାରା ଆନନ୍ଦରେ କଟିଥାଏ ବୋଲି ବିଶ୍ୱାସ ରହିଛି ।

ଓଡିଶା ଡଟ୍ କମ୍

Exit mobile version