Site icon Odisha.com

ଗୁଳି ବିନିମୟରେ ପାଞ୍ଚ ମାଓବାଦୀ ନିହତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଯାଜପୁର, ଜାନୁୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ଯାଜପୁର ଜିଲ୍ଲାରେ ରବିବାର ଭୋର ସମୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ପାଞ୍ଚ ଜଣ ମାଓବାଦୀ ନିହତ ହୋଇଥିବା ପୋଲିସ କହିଛି ।

ଟମ୍କା ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ପୋଲିସ ଓ ଏସ୍ଓଜି ଯବାନମାନେ ଏକ ମାଓବାଦୀ କ୍ୟାମ୍ପ ଉପରେ ଚଢାଉ ସମୟରେ ଏହି ଗୁଳି ବିନିମୟ ହୋଇଥିଲା । ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ମାଓବାଦୀ ଥିବା ପୋଲିସ ଆଇଜି ସଂଜୀବ ମାରିକ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ଏକ ଘଣ୍ଟା ଧରି ଚାଲି ଥିବା ଗୁଳି ବିନିମୟରେ କୌଣସି ପୋଲିସ କର୍ମଚାରୀ ମୃତାହତ ହୋଇ ନାହାନ୍ତି । ଘଟଣାସ୍ଥଳରୁ ଦୁଇଟି ଦେଶୀ ବନ୍ଧୁକ, ଆଠଟି ରାଇଫଲ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଉଦ୍ଧାର କରାଯାଇଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version