Site icon Odisha.com

ଜାନୁୟାରୀରେ ୩୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ଜାନୁୟାରୀ ମାସରେ ୩୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର କହିଛନ୍ତି ।

ଏହା ଦ୍ଵାରା ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ଗୁଡ଼ିକର ଶିକ୍ଷକ ଅଭାବକୁ ଦୂର କରାଯାଇ ପାରିବ । ଯେଉଁ ୩୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା କରାଯାଉଛି ସେଥିମଧ୍ୟରୁ ୨୫ ହଜାର ଶିକ୍ଷା ସହାୟକ ଅନ୍ତର୍ଭୁକ୍ତ । ସେମାନେ ସମସ୍ତେ ପ୍ରାଥମିକ ସ୍କୁଲ ଗୁଡ଼ିକରେ ନିଯୁକ୍ତି ପାଇବେ ।

ଦୁଇ ହଜାର ବିଇଡ଼ି ତାଲିମ ପ୍ରାପ୍ତ ଯୁବକ ଯୁବତୀଙ୍କୁ ହାଇସ୍କୁଲ ଗୁଡ଼ିକରେ ନିଯୁକ୍ତି ଦିଆଯିବ । ଏକ ହଜାର ଯୁବକ ଯୁବତୀଙ୍କୁ ସିଟି ସ୍କୁଲ ଏବଂ ବିଇଡ଼ି କଲେଜ ମାନଙ୍କରେ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ଦିଆଯିବ । ଏହାବ୍ୟତୀତ ଡ଼ିପିଇପି ଏବଂ ଇପା ସ୍କିମରେ ପାରାଟିଚର ମାନଙ୍କୁ ନିଯୁକ୍ତି ଦିଆଯିବ, ସେ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version