Site icon Odisha.com

କଳିଙ୍ଗନଗରରେ ଆଦିବାସୀଙ୍କ ସମାବେଶ

ଓଡିଶା ଡଟ୍ କମ୍ : ଅମୂଲ୍ୟ ପତି

ଯାଜପୁର, ଜାନୁୟାରୀ ୨ (ଓଡିଶା ଡଟ୍ କମ୍) ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଘଟିଥିବା ଗୁଳିକାଣ୍ଡର ପାଞ୍ଚ ବର୍ଷ ପୂର୍ତ୍ତୀ ଉପଲକ୍ଷେ ରବିବାର ସେଠାରେ ଆଦିବାସୀଙ୍କ ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏଥିରେ ମହିଳା ଓ ଶିଶୁ ମାନେ ସେମାନଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର, ବ୍ୟାନର ପୋଷ୍ଟର ଧରି ଗୁଳିକାଣ୍ଡ ସ୍ଥଳ ଆମ୍ବଗାଡ଼ିଆର ବୀରଭୂମି ଠାରୁ ସାତ କିମି ବ୍ୟାପୀ ର୍ୟାଲିରେ ବାହାରି ସହୀ ସ୍ମୃତି ସ୍ତମ୍ଭ ନିକଟରେ ପହଂଚିଥିଲେ ।

ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଲୋକମାନେ ସରକାର, ଜିଲ୍ଲା ପ୍ରଶାସନ, ପୋଲିସ ଓ ଟାଟା ବିରୋଧରେ ସ୍ଲୋଗାନ ବୋ ସହ ଜମି ଅଧିଗ୍ରହଣକୁ ନିନ୍ଦା କରିଥିଲେ । ଆୟୋଜିତ ର୍ୟାଲିରେ ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଶେ ଓ ମଧ୍ୟପ୍ରଶେର ବହୁ ଆଦିବାସୀ ଯୋଗ ଦେଇଥିଲେ ।

ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା ।

“”ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ୧୪ ଜଣ ବ୍ୟକ୍ତି ଜୀବନ ହରାଇଛନ୍ତି । ଏଥିପାଇଁ ଆମେ ମଧ୍ୟ ଜୀବନ ଦେବାକୁ ପ୍ରସ୍ତୁତ ଅଛୁ କିନ୍ତୁ କଳିଙ୍ଗନଗରରେ ଟାଟା ପ୍ରକଳ୍ପକୁ ବିରୋଧ ଜାରି ରଖିବୁ” ବିସ୍ଥାପନ ବିରୋଧି ଜନମଞ୍ଚ ସଂପାଦକ ରବୀନ୍ଦ୍ର ଜାରିକା କହିଛନ୍ତି । ଆଦିବାସୀ ଓ ସେମାନଙ୍କ ଜୀବନ ଜୀବୀକା ସହ ସାଲିସ କରି କୌଣସି ଶିଳ୍ପାନୁଷ୍ଠା ହେବା ଉଚିତ୍ ନୁହେଁ, ସେ କହିଛନ୍ତି ।

ଆଦିବାସୀ ନେତା ଶୁକ୍ରୁ ମୁଣ୍ଡା, ପ୍ରଫୁଲ୍ଲ ସାମନ୍ତରା, ମହେନ୍ଦ୍ର ପରିଡ଼ା, ନଟବର ଷଡ଼ଙ୍ଗୀ ଓ ଅନ୍ୟମାନେ ଆୟୋଜିତ ସଭାରେ ଉଦ୍ଧବୋଧନ ଦେଇଥିଲେ ।

ସେହିପରି ଉକ୍ତ ପ୍ରକଳ୍ପର ସପକ୍ଷବଦୀମାନେ ମଧ୍ୟ ଶିଳ୍ପାଞ୍ଚଳର ତ୍ରିଜଙ୍ଗା କଲୋନୀରେ ଏକ ସଭାର ଆୟୋଜନ କରିଥିଲେ । ଏଥିରେ ଶତାଧିକ ଟାଟା ସପକ୍ଷବାଦୀ ଯୋଗ ଦେଇଥିବା ବେଳେ ଆଦିବାସୀ ନେତ୍ରୀ ପ୍ମଶ୍ରୀ ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ସମୟରେ କୌଣସି ଅପ୍ରୀତିକର ଘଟଣାକୁ ଦୃଷ୍ଟିରେ ରଖି ଛଅ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।

ଟାଟା ପ୍ରକଳ୍ପକୁ ବିରୋଧ କରି ଆଦିବାସୀମାନେ ୨୦୦୬ ମସିହା ଜାନୁୟାରୀ ୨ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୋଲିସ୍ ସହିତ ସେମାନଙ୍କର ସଂଘର୍ଷ ହୋଇଥିଲା । ପୋଲିସ୍ ଗୁଳିରେ ୧୪ ଜଣ ଆଦିବାସୀ ମୃତ୍ୟୁବରଣ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version