Site icon Odisha.com

ଏନ୍କାଉଣ୍ଟର ମାମଲାରେ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାରେ ହୋଇଥିବା ମାଓବାଦୀ ଏନ୍କାଉଣ୍ଟର ଘଟଣାରେ ସୋମବାର ରାଜ୍ୟ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି ।

ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କମିଶନ ଜିଲ୍ଲା ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ଏକ ମିଥ୍ୟା ଏନ୍କାଉଣ୍ଟର ଓ ପୋଲିସ ଜାଣିଶୁଣି ସେମାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହେବା ପରେ କମିଶନ ପକ୍ଷରୁ ଏ ସଂପର୍କରେ ରିପୋର୍ଟ ମଗାଯାଇଛି ।

ଗତ ମଙ୍ଗଳବାର ପାଇକମାଳ ସ୍ଥିତ ଏକ ଜଙ୍ଗଲରେ ପୋଲିସ ଗୁଳିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଏମାନେ ମାଓବାଦୀ ବୋଲି ଦାବି କରୁଥିବା ବେଳେ ସେମାନେ ମାଓବାଦୀ ନୁହନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ଓଡିଶା ଡଟ୍ କମ୍

Exit mobile version