Site icon Odisha.com

ନଅଟି କୃଷକ ସଂଘ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ଅଦିନିଆ ବର୍ଷା ବିପର୍ଯ୍ୟୟକୁ ରାଜ୍ୟ ସରକାର ଖାମ ଖିଆଲି ଢଙ୍ଗରେ ବିଚାର କରୁଛନ୍ତି ବୋଲି ଅଭିଯୋଗ କରି ସୋମବାର ନଅଟି କୃଷକ ସଂଗଠନ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ସରକାର ଚାଷୀଙ୍କ ପାଇଁ ଘୋଷଣା କରିଥିବା ପ୍ୟାକେଜ ଗ୍ରହଣୀୟ ନୁହେଁ ବୋଲି କହିବା ସହ ସଂଗଠନ ଗୁଡ଼ିକ ମିଳିତ ଭାବେ ବିକ୍ଷୋଭ ପ୍ରର୍ଶନ କରିଛନ୍ତି ।

ଓଡ଼ିଶା ଭଳି ଏକ ରାଜ୍ୟରେ ଚାଷୀ ଆତ୍ମହତ୍ୟା ଭଳି ଅଘଟଣ ଘଟୁଥିବା ବେଳେ ସରକାର ତାହାକୁ ରୋକିବାରେ ବିଫଳ ହୋଇଛନ୍ତି । ୨୦୧୦ରେ ରାଜ୍ୟରେ ଦୁଇ ଶହ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ସେମାନେ ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି ।

ତେବେ ଆଶ୍ଚର୍ଯ୍ୟଜନକ ଭାବେ ସରକାର ସଂପୃକ୍ତ ଚାଷୀଙ୍କ ପରିବାରକୁ ସହାୟତା ବୋ ପରିବର୍ତ୍ତେ ଆତ୍ମହତ୍ୟା କୃଷି ସମ୍ବନ୍ଧୀୟ ନୁହେଁ ବୋଲି କହୁଛନ୍ତି, ସଂଗଠନ ଗୁଡ଼ିକ ପକ୍ଷରୁ କୁହାଯାଇଛି ।

ଓଡିଶା ଡଟ୍ କମ୍

Exit mobile version