Site icon Odisha.com

୩୯୬୦ ମେଗାୱାଟ ବିଦ୍ୟୁତ ପ୍ରକଳ୍ପ ପାଇଁ ଚୁକ୍ତିନାମା

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ୩୯୬୦ ମେଗାୱାଟ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ ପାଇଁ ସୋମବାର ସରକାର ତିନୋଟି ଘରୋଇ କମ୍ପାନୀ ସହ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ଏହି କମ୍ପାନୀ ଗୁଡ଼ିକ ହେଲା ମେସର୍ସ କୁ ପ୍ରୋଜେକ୍ଟସ୍(କେକେପିଏଲ୍), ଏସ୍ପିଆଇ ପୋର୍ଟ ପ୍ରା.ଲିମିଟେଡ଼୍ ଏବଂ ଏନ୍ଏସ୍  ଏଲ୍ ନାଗପଟ୍ଟନମ ପାୱାର କମ୍ପାନୀ ପ୍ରା. ଲିମିଟେଡ଼୍(ଏନ୍ଏନ୍ପିସିପିଏଲ୍) ।

ପୂର୍ବରୁ ସରକାର ୩୪୦୪୦ ମେଗାୱାଟ ବିଦ୍ୟୁତ ଉପାଦାନ ପାଇଁ ୨୭ଟି ଚୁକ୍ତିନାମା ସ୍ୱାକ୍ଷର କରିଥିବା ବେଳେ ସେଥିରୁ  ରାଜ୍ୟକୁ ୬୨୯୯ ମେଗାୱାଟ ବିଦ୍ୟୁତ ଓ ଆଜି ଚୁକ୍ତିନାମା ସ୍ୱାକ୍ଷର ହୋଇଥିବା ତିନୋଟି କମ୍ପାନୀରୁ ୪୭୫ ମେଗାୱାଟ ବିଦ୍ୟୁତ ମିଳିବ ।

୨୦,୪୬୯.୬୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ଗୁଡ଼ିକ ଦ୍ୱାରା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଆଠ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

କେପିପିଏଲ୍ ୭୨୬୦ କୋଟି ଟଙ୍କା ବ୍ୟୟରେ ସୋନପୁର ଜିଲ୍ଲା ପିତାମାଲରେ ୧୩୨୦ ମେଗାୱାଟ ପ୍ରକଳ୍ପ ସ୍ଥାପନ  କରିବାକୁ ଯୋଜନା ରଖିଥିବା ବେଳେ ଏସ୍ପିଆଇପିଏଲ୍ ୬୬୦୯ କୋଟି ଟଙ୍କା ବ୍ୟୟରେ କେନ୍ଦ୍ରାପଡ଼ା ଜିଲ୍ଲାର  ମହାକାଳପଡ଼ାରେ ୧୩୨୦ ମେଗାୱାଟ୍ ପ୍ରକଳ୍ପ ସ୍ଥାପନ କରିବ ।

ସେହିପରି ଏନ୍ଏନ୍ପିସିପିଏଲ୍ ୬୬୦୦ କୋଟି ଟଙ୍କା ବ୍ୟୟରେ ଅନୁଗୁଳ ଜିଲ୍ଲାର ବନମାଳିପୁର ଠାରେ ୧୩୨୦ ମେଗାୱାଟ ପ୍ରକଳ୍ପ ସ୍ଥାପନ କରିବ ।

ଓଡିଶା ଡଟ୍ କମ୍

Exit mobile version