Site icon Odisha.com

ଅନଶନରତ ଯୁବ କଂଗ୍ରେସ ସଭାପତି ଡ଼ାକ୍ତରଖାନାରେ ଭର୍ତ୍ତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଗତ ପାଞ୍ଚ ଦିନ ଧରି ଆମରଣ ଅନଶନରେ ବସିଥିବା ରାଜ୍ୟ ଯୁବ କଂଗ୍ରେସ ସଭାପତି ପ୍ରଦୀପ ମାଝୀଙ୍କୁ ମଙ୍ଗଳବାର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସ୍ୱାସ୍ଥ୍ୟବସ୍ଥାରେ ଅବନତି ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦଳର ବହୁ ବରିଷ୍ଠ ନେତା ଡ଼ାକ୍ତରଖାନାକୁ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

ଗତକାଲି ମଧ୍ୟ ଅନଶନରତ ଯୁବ କଂଗ୍ରେସ ଉପସଭାପତିଙ୍କ ସମେତ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କ୍ଷୟକ୍ଷତି ଆକଳନରୁ ବାଦ ପଡ଼ିଥିବା ସାତଟି ଜିଲ୍ଲାକୁ କ୍ଷତିଗ୍ରସ୍ତ ତାଲିକାରେ ଅର୍ନ୍ତଭୁକ୍ତ କରିବା, ସମସ୍ତ ଚାଷୀଙ୍କୁ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼ କରିବା, ମୃତ୍ୟୁବରଣ କରିଥିବା ଚାଷୀଙ୍କ ପରିବାରକୁ ଦଶ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦ।ବିରେ ଯୁବ କଂଗ୍ରେସ ପକ୍ଷରୁ ଆମରଣ ଅନଶନ କରାଯାଇଛି ।

ଓଡିଶା ଡଟ୍ କମ୍

Exit mobile version