Site icon Odisha.com

ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ ଉଦ୍ଧାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଯାଜପୁର, ଜାନୁୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ଯାଜପୁର ଜିଲ୍ଲାର ଏକ ସ୍ଥାନରେ ମାଓବାଦୀଙ୍କ ଦ୍ଵାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ ମଙ୍ଗଳବାର ଉଦ୍ଧାର କରିଥିବା ପୋଲିସ କହିଛି ।

ଏକ ପୋଲ ତଳେ ଖଞ୍ଜାଯାଇଥିବା ୧୦୦ କିଗ୍ରା ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଥିବା ଜିଲ୍ଲା ପୋଲିସ ମୁଖ୍ୟ ଡ଼ି.ଏସ୍.କୁଟ୍ଟେ କହିଛନ୍ତି ।

ଗତ ରବିବାର ଟମ୍କା ଜଙ୍ଗଲରେ ଏସ୍ଓଜି ଯବାନ ଓ ପୋଲିସ ସହ ଗୁଳି ବିନିମୟରେ ଚାରି ଜଣ ମହିଳାଙ୍କ ସମେତ ପାଞ୍ଚ ଜଣ ମାଓବାଦୀ ନିହତ ହୋଇଥିଲେ ।

ଓଡିଶା ଡଟ୍ କମ୍

Exit mobile version