ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା
ଭୁବନେଶ୍ୱର, ଜାନୁୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ସମସ୍ତ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭାର ଆୟୋଜନ ନିମନ୍ତେ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
୨୦୧୧ ଜନଗଣନା ପାଇଁ ଫେବୃୟାରୀ ୯ ତାରିଖରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଜନଗଣନାକାରୀ ଘରଘର ବୁଲି ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ, ପୁରୁଷ ଓ ସ୍ତ୍ରୀ ପ୍ରତ୍ୟେକ ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ଚୂଡ଼ାନ୍ତ ହୋଇଛି ।
କୌଣସି ବ୍ୟକ୍ତିଙ୍କ ନାମ ଏହି ତାଲିକାରୁ ବାଦ ନ ପଡ଼ିବା ତଥା ଯେପରି ନାମ ଦୁଇ ଥର ଉଲ୍ଲେଖ ନହୁଏ ସେ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜନଗଣନା ନିର୍ଦ୍ଦେଶକଙ୍କ ଅନୁରୋଧକ୍ରମେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏହି ଗ୍ରାମସଭା କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ନିର୍ଭୁଲ ଜନଗଣନା ପାଇଁ ଜନଗଣନାକାରୀଙ୍କୁ ସହଯୋଗ କରିବା, ସଠିକ୍ ତଥ୍ୟ ପ୍ରଦାନ କରିବା ଇତ୍ୟାିଦି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଗ୍ରାମସଭାରେ ଆଲୋଚନା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଓଡିଶା ଡଟ୍ କମ୍
Leave a Reply