Site icon Odisha.com

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମାଗଣାରେ ସାଇକେଲ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ମାଗଣାରେ ସାଇକେଲ ଯୋଗାଇ ବୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର   ଘୋଷଣା କରିଛନ୍ତି ।

ରାଜ୍ୟରେ ମହିଳା ସାକ୍ଷରତା ହାର ବଢାଇବା ଦିଗରେ ଏହି ପଦକ୍ଷେପ ସହାୟକ ହେବ । ଏହା୍ଦ୍ୱାରା ୧ ଲକ୍ଷ ୭୭ ହଜାର ଛାତ୍ରୀ ଉପକୃତ ହେବେ, ସେ କହିଛନ୍ତି ।

ଅନୁସୂଚିତ ଅଞ୍ଚଳର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବ୍ୟିାଳୟ ମାନଙ୍କରେ ଦଶମ ଶ୍ରେଣୀରେ ପଢୁଥିବା ତଫସିଲଭୁକ୍ତ ଜାତି/ଉପଜାତି ଛାତ୍ର ମାନଙ୍କୁ ମଧ୍ୟ ସାଇକେଲ ଯୋଗାଇ ଦିଆଯିବ ।

ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରୀ ମାନଙ୍କୁ ବର୍ତ୍ତମାନ ମାଗଣାରେ ସ୍କୁଲ ପୋଷାକ ଦିଆଯାଉଥିବା ବେଳେ   ଅନୁସୂଚିତ ଅଞ୍ଚଳରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଙ୍କୁ ମଧ୍ୟ ସ୍କୁଲ ପୋଷାକ ଯୋଗାଇ ଦିଆଯିବ । ଏହା  ଆଗାମୀ ଶିକ୍ଷାବର୍ଷ ଠାରୁ କାର୍ଯ୍ୟକାରୀ କରାଯିବ ।

ଓଡିଶା ଡଟ୍ କମ୍

Exit mobile version