Site icon Odisha.com

କ୍ଲେମର ମାଇନ ବିସ୍ଫୋରଣରେ ତିନି ଆହତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ, ଜାନୁୟାରୀ ୧୧(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲା ନାରାୟଣପାଟଣାର ଏକ ସ୍ଥାନରେ ମଙ୍ଗଳବାର ମାଓବାଦୀଙ୍କ କ୍ଲେମର ମାଇନ ବିସ୍ଫୋରଣରେ ତିନି ଜଣ ଆହତ ହୋଇଥିବା ପୋଲିସ କହିଛି ।

ଦୁଇ ଜଣ କୃଷି ଅଧିକାରୀ କୃଷକ ସଂପର୍କ ମେଳାରେ ଯୋଗଦେବା ପାଇଁ ଏକ ଜିପ୍ ରେ ଜୟପୁରରୁ ନାରାୟଣପାଟଣା ଯାଉଥିବା ବେଳେ ପାଲାପୁଟ ଠାରେ ମାଓବାଦୀମାନେ ଏହି ବିସ୍ଫୋରଣ ଘଟାଇଛନ୍ତି ।

ଏଥିରେ ଦୁଇ କୃଷି ଅଧିକାରୀ ଓ ଜିପର ଡ଼୍ରାଇଭର ଆହତ ହୋଇଥିବା ବେଳେ ଜିପ୍ ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଆହତ ମାନଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version