Site icon Odisha.com

ସ୍ୱାଧିନତା ସଂଗ୍ରାମୀ ରବିନ୍ଦ୍ର ମୋହନ ଦ।ସଙ୍କ ପରଲୋକ

 

ଓଡ଼ିଶା ଡ଼ଟ୍ କମ୍ : ହେମନ୍ତ ରାଉତ

ବାଲେଶ୍ୱର, ଜାନୁୟାରୀ ୧୧(ଓଡ଼ିଶା ଡ଼ଟ୍ କମ୍) ସ୍ୱାଧିନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ରବିନ୍ଦ୍ର ମୋହନ ଦ।ସଙ୍କ ନିଜ ଘର ବାଲେଶ୍ୱର ଜିଲ୍ଲା ଗୋପାଳ ଗାଁ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଥିବା ମଙ୍ଗଳବାର ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ବାର୍ଦ୍ଧକ୍ୟଜନିତ କାରଣରୁ ୯୯ ବର୍ଷ ବୟସରେ ସୋମବାର ମଧ୍ୟରାତ୍ରରେ ତାଙ୍କର ପରଲୋକ ହୋଇଯାଇଛି । ଏହି ଖବର ପ୍ରସାରିତ ହେବାପରେ ରାଜନେତା, ପ୍ରଶାସନିକ ଅଧିକାରୀ ଏବଂ ସ୍ଥାନୀୟ ଲୋକମାନେ ତାଙ୍କର ଶେଷ ଦର୍ଶନ କରିବାକୁ ବାସଭବନକୁ ଯାଇଥିଲେ ।

ସେ ୧୯୫୭ ଓ ୧୯୬୭ରେ ପ୍ରଜା ସୋସିଆଲିଷ୍ଟ ପାର୍ଟିରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ୧୯୬୭ ଏବଂ୧୯୭୧ରେ ବିଧାନସଭାରେ ବିରୋଧି ଦଳ ନେତା ଭାବେ କାର୍ଯ୍ୟ କରିଥିଲେ । ୩୦ ବର୍ଷ ବୟସରେ ସେ ଉକ୍ତ ପାର୍ଟିର ରାଜ୍ୟ ସଂପାଦକ ଭାବେ କାର୍ଯ୍ୟ କରିଥିଲେ ।

୧୭ ବର୍ଷ ବୟସରେ ସ୍ୱାଧିନତା ସଂଗ୍ରାମରେ ଅଂଶଗ୍ରହଣ କରି ୧୮ ବର୍ଷ ବୟସରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସଂଶ୍ପର୍ସରେ ଆସିଥିଲେ । ଭାରତଛାଡ଼ ଆନ୍ଦୋଳନ ସମୟରେ ସେ ତିନି ବର୍ଷ ଜେଲ ଦଣ୍ଡ ଭୋଗିବା ସହ ମୋଟ୍ ପାଞ୍ଚ ବର୍ଷ ଜେଲ ଯାଇଥିଲେ ।

ସ୍ୱାଧିନତା ସଂଗ୍ରାମୀ ତଥା ଲେଖିକା ଗେ।ଦାବରୀ ଦେବୀଙ୍କୁ ରବିନ୍ଦ୍ର ମୋହନ ବିବାହ କରିଥିଲେ । ୧୯୩୪ ପଦଯାତ୍ରା ସମୟରେ ଗେ।ଦାବରୀ ଦେବୀ ମହାତ୍ମା ଗାନ୍ଧୀଙ୍କୁ ଓଡ଼ିଶା ଦେଖାଇଥିଲେ ।

ଦାସ ୧୯୪୦ରେ କଂଗ୍ରେସରେ ଯୋଗ ଦେଇ ୧୯୪୮ରେ ଦଳ ଛାଡ଼ିଥିଲେ । ସେ ୧୯୮୬ରେ ରାଜନୀତିରୁ ସନ୍ୟାସ
ନେଇ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ।

ଫକୀରମୋହନ ବିଶ୍ୱବ୍ୟିାଳୟର ଅନ୍ୟତମ ପ୍ରତିଷ୍ଠାତା ଦାସଙ୍କ ବିୟୋଗରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀକାନ୍ତ
ଜେନା ଏବଂ ଅନ୍ୟ ରାଜନେତାମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version