Site icon Odisha.com

ନିର୍ବାଚନରେ ସଂଖ୍ୟାଧିକ ଅଂଶଗ୍ରହଣ ଦ୍ୱାରା ଗଣତନ୍ତ୍ରର ମାନବୃଦ୍ଧି

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୧୧(ଓଡ଼ିଶା ଡ଼ଟ୍ କମ୍) ନିର୍ବାଚନ ପ୍ରକ୍ରିୟାରେ ସଂଖ୍ୟାଧିକ ଲୋକ ଅଂଶଗ୍ରହଣ ଦ୍ଵାରା ଗଣତନ୍ତ୍ରର ମାନବୃଦ୍ଧି ହେବ ବୋଲି ସର୍ବୋକୃଷ୍ଟ ନିର୍ବାଚନ ପଦ୍ଧତି ସଂପର୍କରେ ଏକ ଆଲୋଚନା ଚକ୍ରରେ ଯୋଗ ଦେ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ଭାରତର ମୁଖ୍ୟ ନିର୍ବଚନ କମିଶନର ଏସ୍.ୱାଇ.କ୍ୟୁରେସି କହିଛନ୍ତି ।

ଲୋକମାନେ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କରୁନଥିବା ସ୍ଥଳେ ୧୮ ବର୍ଷରୁ ଉର୍ଦ୍ଧ୍ଵ ଯୁବଗୋଷ୍ଠୀଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ ମଙ୍ଗଳବାର ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ଫଳରେ ଦେଶରେ ନୂତନ ଦୁଇ କୋଟିରୁ ଉର୍ଦ୍ଧ୍ଵ ଯୁବ ଭୋଟର ତାଲିକାଭୁକ୍ତ ହେବେ ଏବଂ ଦେଶରେ ନିରପେକ୍ଷ ଅବାଧ ମୁକ୍ତ ତଥା ନିର୍ଭିକ ଭାବେ ନାଗରିକମାନେ ମତଦାନ କରିପାରିବେ ।

ନିର୍ବାଚନକୁ ଅଧିକ ନିରପେକ୍ଷ କରିବା ପାଇଁ ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରଶିଡ଼ିଅର ପଦ୍ଧତି ଗ୍ରହଣ କରାଯିବା ସହ ଲୋକ ମାନଙ୍କୁ ଭୋଟ ଦାନ ପ୍ରକ୍ରିୟାରେ ଅଂଶଗ୍ରହଣ ନିମନ୍ତେ ସଚେତନ କରାଯିବ ।

ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନର ତୃଟି ସଂଶୋଧନ ନିମନ୍ତେ ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କରାଯାଇଛି ।

ଏଥିରେ ପରିବର୍ତ୍ତନ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି ଏବଂ ନିର୍ବାଚନରେ କଳାଧନ ପ୍ରୟୋଗ ରୋକିବା ପାଇଁ ନିର୍ବାଚନ ଖର୍ଚ୍ଚ ନିୟନ୍ତ୍ରଣ ଡ଼ିଭିଜନ ଖୋଲାଯାଇ ଏହାର ତଦାରଖ କରାଯାଉଛି, ସେ କହିଛନ୍ତି ।

ଦେଶର ପ୍ରାୟ ଆଠ ଲକ୍ଷ ପୁଲିଂ ବୁଥରେ ନୂତନ ଯୁବ ଭୋଟର ମାନଙ୍କୁ ଜାତୀୟ ମତଦାତା ଦିବସ ଜାନୁୟାରୀ ୨୫ ଠାରୁ ପରିଚୟ ପତ୍ର ପ୍ରଦାନ ଆରମ୍ଭ କରାଯିବ ।

ନିର୍ବାଚନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ପୂର୍ବାଞ୍ଚଳ ସିଇଓ ସମ୍ମିଳନୀରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ବୋଲି ଏହି ଅବସରରେ ଅନ୍ୟତମ ନିର୍ବାଚନ କମିଶନର ଭି.ଏସ୍.ସଂପ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version