Site icon Odisha.com

ପାରାଦୀପ: ତୈଳଲିକ୍ ନେଇ ଗୃହ କମିଟିର ଘଟଣାସ୍ଥଳ ପରିଦର୍ଶନ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜାନୁୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ବିଧାନସଭା ଗୃହ କମିଟିର ସଦସ୍ୟମାନେ ପାରାଦୀପ ହଳଦିଆ ପାଇପ ଲାଇନରୁ ତୈଳ ଲିକ୍ ହୋଇଥିବା ସ୍ଥାନ ବୁଧବାର ପରିଦର୍ଶନ କରିଛନ୍ତି ।

କମିଟି ଅଧ୍ୟକ୍ଷ ଅମର ସତପଥିଙ୍କ ଅଧ୍ୟକ୍ଷତାରେ ଯାଇଥିବା ଏହି ସଦସ୍ୟମାନେ ସ୍ଥାନୀୟ ପ୍ରଶାସନ, ବନ୍ଦର କର୍ତ୍ତୃପକ୍ଷ, ପୌରପରିଷ କର୍ତ୍ତୃପକ୍ଷ ତଥା ସଂପୃକ୍ତ କମ୍ପାନୀ ଦ୍ଵାରା ପ୍ରଦୂଷଣ ରୋକିବା ପାଇଁ ନିଆଯାଇଥିବା ପକ୍ଷେପ ସଂପର୍କରେ ଆଲୋଚନା କରିଛନ୍ତି ।

ପାରାଦୀପରେ ଦିନକୁ ଦିନ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ତୁରନ୍ତ ଏହାର ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ପରିବେଶବିତ୍, ମତ୍ସ୍ୟଜୀବୀ, ସମାଜସେବୀମାନେ କମିଟିର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ତୈଳ ଲିକ୍ ପରେ ଭାରତୀୟ ତୈଳ ନିଗମ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଯାଇ ଆଇନ ଅନୁଯାୟୀ କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ କ୍ଷତିପୂରଣ ବୋକୁ ପ୍ରତିଶୃତି ଦେଇଛନ୍ତି ।

କମିଟିର ସଦସ୍ୟମାନେ ବେଙ୍ଗଲିପଡ଼ା ଓ ବାଲିଝର ବସ୍ତି ଅଞ୍ଚଳରେ ରହୁଥିବା ଲୋକ ମାନଙ୍କ ସହ ଶୁଦ୍ଧ ପାନୀୟ ଜଳ
ମିଳୁନଥିବା ଅଭିଯୋଗ ସଂପର୍କରେ ଆଲୋଚନା କରିଥିବା ବେଳେ ପ୍ରଦୂଷଣ ରୋକିବା ଉପରେ ପିପିଏଲ୍ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

ତୈଳ ଲିକ୍ ଯୋଗୁଁ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଥିବା ବେଳେ ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି । ପ୍ରାୟ ୬୦ ହଜାର ତେଲ ଚିଙ୍ଗୁଡ଼ି ଘେରି, ପୋଖରୀ, ନଦୀ ଓସମୁଦ୍ରରେ ପଡ଼ିଯିବାରୁ ବହୁତ ଚଳଚର ପ୍ରାଣୀ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version