Site icon Odisha.com

ଫେବୃୟାରୀ ୧୪ରୁ ବଜେଟ୍ ଅଧିବେଶନ

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ଫେବୃୟାରୀ ୧୪ରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ କରିବାକୁ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।

ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ୧୪ରୁ ଆରମ୍ଭ ହୋଇ ୨୪ରେ ଶେଷ ହେବ । ସେହିପରି ଦ୍ଵିତୀୟ ଅଧିବେଶନ ମାର୍ଚ୍ଚ ୧୧ରୁ ଆରମ୍ଭ ହୋଇ ଅପ୍ରେଲ ୮ରେ ଶେଷ ହେବ ।

ବଜେଟ୍ ପ୍ରସ୍ତାବ ଉପରେ ବିଭିନ୍ନ ଷ୍ଟାଣ୍ଡିଂ କମିଟି ଆଲୋଚନା କରି ମତାମତ ଦେବା ପରେ ଏହାକୁ ବିଧାନସଭାକୁ ପଠାଯିବ ଓ ପରେ ରାଜ୍ୟପାଳଙ୍କ ପାଖକୁ ପଠାଯିବ । ରାଜ୍ୟପାଳଙ୍କ ମଞ୍ଜୁରି ପରେ ଅଧିବେଶନ ତାରିଖ ଚୁଡ଼ାନ୍ତ ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version